Uncategorized

ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଶୀତ ଦିନେ କରୋନା ପୁନଃ ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଡିସେମ୍ୱର ଏକ ତାରିଖରୁ ଏହି ନୂଆ ଗାଇଡଲାଇ ଲାଗୁ ହେବ । ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢି ଚାଲିଛି। ଏହି ସମୟରେ ଗୃହ ମନ୍ତ୍ରଣାଳୟ ମନିଟରିଂ କରିବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ଏହା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ନିର୍ଦ୍ଦେଶନାମାରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। ସେହିପରି ସିନେମା ହଲ୍ ଓ ଥିଏଟର ୫୦ ଜଣ ଦର୍ଶକଙ୍କୁ ନେଇ ଚାଲି ପାରିବ । କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ଅନୁମତି ରହିଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ମିଳିଛି। ସେହିପରି ସାମାଜିକ, କ୍ରୀଡ଼ା, ମନୋରଂଜନ, ଶୈକ୍ଷିକ କାର୍ୟ୍ୟକୁ ସର୍ତ୍ତମୂଳକ ଅନୁମତି ଦେଇଛି କେନ୍ଦ୍ର।
କୋଭିଡକୁ ରୋକିବାରେ ଫଳବତୀ ଥିବା ବ୍ୟବସ୍ଥାକୁ ଆପଣାଇବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ନିୟମ କଡାକଡି ପାଳନ ନେଇ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ପୌରପାଳିକା ଅଧିକାରୀଙ୍କୁ ସରକାର ଉତ୍ତରଦାୟୀ କରିଛନ୍ତି । ସ୍ଥିତି ବେକାବୁ ହେଲେ ରାଜ୍ୟମାନେ ସ୍ଥାନୀୟ ପ୍ରତିବନ୍ଧକବାକୁ ଗୃହ ମନ୍ତ୍ରାଳୟ କହିଛି। ଯଥାଶୀଘ୍ର ରାଜ୍ୟ ସରକାର ଏ ଦିଗରେ କାମ କରିବା ଦରକାର ବୋଲି ଶାହ କହିଛନ୍ତି। ଏହାବାଦ୍ରେ ସେ କହିଛନ୍ତି ଯେ କରୋନା ଦାୟିତ୍ୱରେ ଥିବା ଅଧିକାରୀ ପ୍ରତି ସପ୍ତାହରେ ରେଡ୍ ଜୋନ୍ ପରିଦର୍ଶନ କରିବା ସହ ସଂଗୃହିତ ତଥ୍ୟ ଆଧାରରେ ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ଥିତି ପରିବର୍ତ୍ତନ କରିବେ ।

 

Related posts

ଦେଶରେ ୪୦୦୦ ଟପିଲା କରୋନା ସଂକ୍ରମଣ ସଂଖ୍ୟା

mahabharatanews

ଭାରତକୁ ମିଳିଲା ଦୁଇ ଏମଏଚ-୬୦ ହେଲିକପ୍ଟର

mahabharatanews

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

mahabharatanews