Uncategorized

ବିସ୍ଫୋରଣରେ ୩୪ ଜଣଙ୍କ ପ୍ରାଣହାନି

କାବୁଲ: ରବିବାର ଆଫଗାନିସ୍ତାନର ଦୁଇଟି ସ୍ଥାନରେ ଆତ୍ମଘାତୀ କାରବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩୪ ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ଆଫଗାନିସ୍ତାନର ପୂର୍ବାଞ୍ଚଳ ଗଜନି ପ୍ରଦେଶରେ ପ୍ରଥମ ବିସ୍ଫୋରଣ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଦକ୍ଷିଣାଞ୍ଚଳରେ ହୋଇଛି। ଗଜନି ପ୍ରଦେଶରେ ଥିବା ସେନା ଶିବିରକୁ ଟାର୍ଗେଟ କରି ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏଥିରେ ୩୪ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ଜଣ ଆହତ ହୋଇଛନ୍ତି।
ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ତାରିକ ଆରିଆନ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଥିବାବେଳେ ମୃତାହତ ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ମନା କରିଛନ୍ତି। ଦକ୍ଷିଣାଞ୍ଚଳରେ ହୋଇଥିବା ବିସ୍ଫୋରଣଟି ପ୍ରାଦେଶିକ ପରିଷଦ ମୁଖ୍ୟ ଆଟ୍ଟାଜାନ ହକବାୟତଙ୍କୁ ନିଶାଣ କରାଯାଇଥିଲା। ଏଥିରେ ହକବାୟତ ବର୍ତ୍ତିଯାଇଥିବାବେଳେ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି। ହକ୍‌ବାୟତ ସାମାନ୍ୟ ଆହତ ହୋଇଛନ୍ତି। ଦ୍ବିତୀୟ ଆକ୍ରମଣରେ ୧୨ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମାଜାହିଦଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି।

SR

Related posts

ଛତିଶଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସିଏଏକୁ ନେଇ ବିଜେପି ଅଟଳ: ଶାହା

mahabharatanews

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

mahabharatanews