Uncategorized

ଦେଶରେ ଦିନକରେ ୨୩ ହଜାର ୯୫୦ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ) : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୯୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୩୩୩ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହିତ ଦେଶରେ ଏଯାଏ ମୋଟ ୧ କୋଟି ୯୯ ହଜାର ୬୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ୧ ଲକ୍ଷ ୪୬ ହଜାର ୪୪୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ୩ ଲକ୍ଷରୁ କମ ରହିଛି । ଗତ ୨୪ ଘଣ୍ଟାରେ ୨୬ ହଜାର ୮୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସମୁଦାୟ ୯୬ ଲକ୍ଷ ୬୩ ହଜାର ୩୮୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Related posts

୪ ଦିନିଆ ପ।କିସ୍ତାନ ଗସ୍ତରେ ୟୁଏନ ସଚିବ

mahabharatanews

ଶସ୍ତା ହେଲା ସୁନା-ରୂପା

mahabharatanews

କୋରୋନା ଆତଙ୍କ ମୃତ୍ୟୁସଂଖ୍ୟା ୧୧୧୩ରେ ପହଞ୍ଚିଲା ବୁଧବାର ୯୭ ମୃତ୍ୟୁ

mahabharatanews