ଅପରାଧ

ଜଙ୍କିଆରୁ ବିପୁଳ ପରିମାଣର ଧଳା ଜହର ଜବତ, ୧ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ବିପୁଳ ପରିମାଣର ଧଳା ଜହର ଜବତ । ଜଙ୍କିଆରେ ଧଳା ଜହର ଡିଲ ବେଳେ କ୍ରାଇମ ବ୍ରାଞ୍ଚର ଏସଟିଏଫ ୩୨୦ ଗ୍ରାମ ଧଳା ଜହର ଜବତ କରିବା ସହ ଡିଲରକୁ ଗିରଫ କରିଛି । ଏହି ଜହର ବାଲେଶ୍ୱରର ଜଳେଶ୍ୱରୁ ଖେ।।ର୍ଦ୍ଧା ଆସିଥିଲା । ଏହାପରେ ଡିଲର ଜଙ୍କିଆ ନିକଟରେ ଡିଲ କରୁଥିଲା । ଜବତ ଧଳା ଜହରର ମୂଲ୍ୟ ୨୫ ଲକ୍ଷ ଟଙ୍କା ବୋଲି ଏସଟିଏଫ ଅନୁମାନ କରୁଛି । ଏନେଇ ଏସଟିଏଫ ପକ୍ଷରୁ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରିଛି । ଏବେ ଏସଟିଏଫ ଏହି ଧଳା ଜହର ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି ।
ଚଳିତ ବର୍ଷ ରାଜ୍ୟରେ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୨୬ଟି କେସ ରୁଜୁ କରିବା ସହ ୫୦ ଜଣଙ୍କୁ ଗିରଫ କରିଛି ।

Related posts

୨ ମାସ ବିତିଲେ ମଧ୍ୟ ନାବାଳିକା ଅପହୃତାର ଟେର ପାଉନି ପୁଲିସ

mahabharatanews

ସ୍ୱାସ୍ଥ୍ୟକର୍ମୀଙ୍କୁ ମାରି ଯୁବକ ଫେରାର

mahabharatanews

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews