ରାଜନୀତି

ଦୁଇ ବିଧାୟକଙ୍କ ଇସ୍ତଫା ପରେ ଆସାମ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

ଗୌହାଟି: ଆସାମର ଦୁଇ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଛି । ଆସାମ ବିଧାନସଭାର ସଚିବ ଏହି ସୂଚନା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୨୦ରେ ପହଞ୍ଚିଛି । ବର୍ଷର ପ୍ରଥମ ଦିନରେ କଂଗ୍ରେସ ବିରୋଧୀଦଳ ନେତା ଦେବବ୍ରତ ସୌକିଆ ବିରୋଧୀ ଦଳର ନେତା ପଦ ହରାଇଥିବା ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।
ଆସାମର ୧୨୬ ବିଧାନସଭା ଆସନରୁ କଂଗ୍ରେସ ୨୬ଟି ଆସନ ଜିତିଥିଲା। କିନ୍ତୁ ଦୁଇ ବିଧାୟକ ପ୍ରଣବ କୁମାର ଗୋଗୋଇ ଏବଂ ତରୁଣ ଗୋଗୋଇଙ୍କର ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ଦଳ ପରାଜୟ ବରଣ କରିଥିଲା । ଫଳରେ ଦଳର ବିଧାୟକ ସଂଖ୍ୟା ୨୪କୁ ଖସିଯାଇଥିଲା । ଏହା ପରେ ପୂର୍ବରୁ ଦୁଇ ଜଣ ଓ ନିକଟ ଅତିତରେ ଦୁଇ ଜଣ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏବେ ଏହା ୨୦କୁ ଖସି ଆସିଛି । ବିରୋଧି ଦଳ ନେତା ହେବାକୁ କଂଗ୍ରେସକୁ ରାଜ୍ୟରେ ସର୍ବନିମ୍ନ ୨୧ ଆସନ ଆବଶ୍ୟକ ହେଉଥିବା ବେଳେ ଏବେ ୨୦ ବିଧାୟକ ଥିବାରୁ ଦଳ ବିରୋଧୀ ମାନ୍ୟତା ହରାଇଥିବା କୁହାଯାଇଛି ।

 

Related posts

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

mahabharatanews

ବିଜେଡିରେ ମହା ବିପର୍ଯ୍ୟୟ, ବିଜେପିରେ ମିଶିଲେ ପ୍ରଭାତ ବିଶ୍ୱାଳ

mahabharatanews

ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଖୁଲାସା କରିଛନ୍ତି ପ୍ରୀୟଙ୍କା ଗାନ୍ଧୀ

mahabharatanews