ଶିକ୍ଷା

ଆସନ୍ତା ୧୦ରୁ  ମାଟ୍ରିକ ଫର୍ମ ପୂରଣ ଆରମ୍ଭ

କଟକ: ଦୀର୍ଘ ପ୍ରତିକ୍ଷା ପରେ ଏବେ ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ । ଏହି ପ୍ରକ୍ରିୟା ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ । ବିନା ଜରିମନାରେ ଫର୍ମ ଦାଖଲର ଶେଷ ତାରିଖ ୨୮ ଜାନୁଆରୀ ଥିବା ବେଳେ ଜରିମାନା ସହ ଫେବୃଆରୀ ୨ ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ମେ’ ୩ରୁ ୧୫ତାରିଖ ପର୍ୟ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ୧୦୦ ଦିନ ମଧ୍ୟରେ ୭୦% ପ୍ରତିଶତ ସିଲାବସ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଆଉ କୌଣସି ଛୁଟି ଦିନ ରହିବ ନାହିଁ । ସପ୍ତାହର ସମସ୍ତ ଦିନ କ୍ଲାସ ରହିବ । ଅପ୍ରେଲ ୨୬ ତାରିଖ ପର୍ୟ୍ୟନ୍ତ ସ୍କୁଲରେ ପାଠପଢା ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

 

Related posts

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

mahabharatanews

ଗଜପତି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

mahabharatanews

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍‌ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ଗୀତା ପାଠ ପ୍ରତିଯୋଗିତା

mahabharatanews