Uncategorized

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୧୦ ଶିଶୁଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ନବଜାତ ୱାର୍ଡର ୧୦ ଜଣ ନବଜାତକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି । ହସ୍ପିଟାଲ ଅବହେଳାରୁ ଅଗ୍ନିକାଣ୍ଡ ଘଟିଥିବା ମୃତ ଶିଶୁଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ହସ୍ପିଟାଲର ନବଜାତକ ୱାର୍ଡରେ ୧୭ ଶିଶୁ ଥିଲେ । ଗତକାଲି ବିଳମ୍ବିତ ରାତିରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ୱାର୍ଡରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭ।।ଗକୁ ଖବର କରାଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେବେ ପ୍ରବଳ ଧୂଆଁରେ ଶାସରୁଦ୍ଧହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଏହି ଦୁର୍ଘଟଣା ପାଇଁ ମୃତ ଶିଶୁଙ୍କ ପରିବାର ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ବ୍ୟକ୍ତ କରିବା ସହ ଶିଶୁଙ୍କୁ ହରାଇଥିବା ପରିବାରଙ୍କୁ ସମବେଦନ ଜଣାଇଛନ୍ତି ।

 

 

Related posts

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

mahabharatanews

୮୬% ଟୀକା ନେବା ପରେ କରୋନାରେ ସଂକ୍ରମିତ

mahabharatanews

ଦେଶରେ କରୋନା ମୃତ୍ୟୁ ୧,୦୯,୧୫୦

mahabharatanews

Leave a Comment