Uncategorized

ଲଦାଖରେ ପୁଣି ଚୀନ ସେନାର ଅନୁପ୍ରବେଶ

(ମହାଭାରତ):ଏବେ କିଛି ଦିନ ତଳେ ଭାରତୀୟ ସେନା ଜଣେ ଚିନ୍ ସୈନିକକୁ ଅଟକ ରଖିଥିଲେ । ଜାନୁୟାରୀ ୮, ୨୦୨୧ରେ ସେନା ଭାରତର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରୁୁ ଜଣେ ଚୀନ ସୈନିକକୁ ଧରିଛି । ପେଙ୍ଗୋଙ୍ଗ-ତ୍ୱୋ- ଝିଲ୍ ର ଦକ୍ଷିଣ ଅଞ୍ଚଳରେ ସୈନୀକକୁ ଧରା ଯାଇଛି । ପିଏଲଏ ର ସୈନୀକ ଭାରତୀୟ ସୀମା ରେଖା ଉଲ୍ଲଙ୍ଘନ କରିଥିଲା, ଯାହାଦ୍ୱାରା ତାଙ୍କୁ ଅଟକ ରଖାଯାଇଛି ।

ଗତ ବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଭାରତୀୟ ସୀମାରେ ଭାରତୀୟ ସେନା ପ୍ରହରା ଦେଉଛନ୍ତି । ପିପୁଲ୍ସ୍ ଲିବରେସନ୍ ଆର୍ମିର ସୈନୀକକୁ ବାସ୍ତବିକ ନିୟନ୍ତ୍ରଣ ରେଖା ପାର କରିବା ପରେ ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ପରିସ୍ଥିତିକୁ ଆଧାରକରି କାର୍ଯ୍ୟ କରାଯାଉଛି ।

Related posts

ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସରେ ଭାଗନେଲେନି କେଳର ମୁଖ୍ୟମନ୍ତ୍ରୀ

mahabharatanews

ସଦାନନ୍ଦ ତନାଭାଦେ ଗୋଆର ନୂତନ ସଭାପତି

mahabharatanews

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews