ଓଡିଶା

ଘରୋଇ କଲେଜର ୧୨ ଜଣ କରୋନା ପଜିଟିଭ ଚିହ୍ନଟ

କଟକ: ଚିନ୍ତା ବଢ଼ାଉଛି କରୋନାର ଦ୍ୱିତୀୟ ଲହରୀ । କଟକର ଏକ ଘରୋଇ କଲେଜରୁ ଏକକାଳୀନ ୧୨ କୋଭିଡ ପଜିଟିଭ ଚିହ୍ନଟ । କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏଥିରେ ସାମିଲ । କଲେଜରୁ ଏତେ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାକୁ ଏବେ ଅସ୍ଥାୟୀ ଭାବେ ବନ୍ଦ କରିି ଦେଇଛି ସିଏମସି।
ସିଏମସିର ଅଧିକାରୀ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ । ଆବଶ୍ୟକ ପଡିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ଚିହ୍ନଟ ସମସ୍ତ ପଜିଟିଭଙ୍କୁ ଏବେ କ୍ୱାରେଣ୍ଟିନରେ ରଖାଯାଇଛି । କୌଣସି ବାହାର ଗାଡିୟାନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିବା ଆସିବା ଉପରେ ବାରଣ କରାଯାଇଛି । କଲେଜକୁ ସାନିଟାଇଜ କରାଯାଉଛି ।
ପୂର୍ବରୁ କଲେଜରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେତେବେଳେ କଲେଜ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ନ ଥିଲା । ଫଳରେ ୩ଜଣଙ୍କ ଦ୍ୱାରା ଆଉ ୧୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ଆଗକୁ କଲେଜରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ ।

 

Related posts

ଭୁବନେଶ୍ୱର ୧ନଂ ହାଟ ବନ୍ଦ

mahabharatanews

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

mahabharatanews

‘ମୋ ଅନୁଭୂତିର ଲଦାଖ’ପୁସ୍ତକ ଉନ୍ମୋଚନ

mahabharatanews