ଶିକ୍ଷା

ଜେଇଇ ମେନ ଟପର ହେଲେ ଜଣେ ଝିଅ 

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୨୦୨୧ ରେଜଲ୍ଟ । ଏନଟିଏ ଦ୍ୱାରା ପରିଚାଳିତ ପରୀକ୍ଷା ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇଛି । ଝିଅମାନେ ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି । ଚଳିତବର୍ଷ ୬ ଲକ୍ଷ, ୧୯ ହଜାର ୩୬୮ ପରୀକ୍ଷାର୍ଥୀ ଜେଇଇ ମେନ୍ ଦେଇଥିଲେ । ସେଥିରୁ ୧୩ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ବିଦେଶର ୧୨ଟି ସହର ସମେତ ଦେଶର ୩୩୪ଟି ସହରରେ ଏହି ପରୀକ୍ଷା କରାଯାଇଥିଲା। ତେବେ ରାଜ୍ୟବାରି ଟପ୍ପର୍ ତାଲିକାରେ ‘ବି.ଇ./ବି.ଟେକ୍’ ପାଇଁ ଓଡ଼ିଶାର ଦେବାଶିଷ ପଣ୍ଡା ୯୯.୯୫ ପ୍ରତିଶତ ନମ୍ୱର ରଖି ଟପ୍ପର ହୋଇଛନ୍ତି ।
ଜେଇଇ ମେନ ପରୀକ୍ଷାରେ ଦିଲ୍ଲୀର କାବ୍ୟା ଚୋପ୍ରା ଶତପ୍ରତିଶତ ନମ୍ବର ରଖି ରେକର୍ଡ କରିଛନ୍ତି । ପୂର୍ବରୁ ସେ ଫେବୃଆରୀରେ ହୋଇଥିବା ଜେଇଇ ମେନରେ ୯୯.୯୭ ପ୍ରତିଶତ ନମ୍ବର ରଖିଥିଲେ । ତାଙ୍କ ଲକ୍ଷ୍ୟ ଥିଲ।। ଶତପ୍ରତିଶତ ହାସଲ କରିବା । ତେଣୁ ପୁଣି ମାର୍ଚ୍ଚରେ ଏହି ପରୀକ୍ଷା ଦେଇଥିଲେ ଓ ନିଜ ଲକ୍ଷ୍ୟ ହାସଲ କରିଛନ୍ତି ।

Related posts

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

mahabharatanews