ଶିକ୍ଷା

ଜେଇଇ ମେନ ଟପର ହେଲେ ଜଣେ ଝିଅ 

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୨୦୨୧ ରେଜଲ୍ଟ । ଏନଟିଏ ଦ୍ୱାରା ପରିଚାଳିତ ପରୀକ୍ଷା ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇଛି । ଝିଅମାନେ ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି । ଚଳିତବର୍ଷ ୬ ଲକ୍ଷ, ୧୯ ହଜାର ୩୬୮ ପରୀକ୍ଷାର୍ଥୀ ଜେଇଇ ମେନ୍ ଦେଇଥିଲେ । ସେଥିରୁ ୧୩ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ବିଦେଶର ୧୨ଟି ସହର ସମେତ ଦେଶର ୩୩୪ଟି ସହରରେ ଏହି ପରୀକ୍ଷା କରାଯାଇଥିଲା। ତେବେ ରାଜ୍ୟବାରି ଟପ୍ପର୍ ତାଲିକାରେ ‘ବି.ଇ./ବି.ଟେକ୍’ ପାଇଁ ଓଡ଼ିଶାର ଦେବାଶିଷ ପଣ୍ଡା ୯୯.୯୫ ପ୍ରତିଶତ ନମ୍ୱର ରଖି ଟପ୍ପର ହୋଇଛନ୍ତି ।
ଜେଇଇ ମେନ ପରୀକ୍ଷାରେ ଦିଲ୍ଲୀର କାବ୍ୟା ଚୋପ୍ରା ଶତପ୍ରତିଶତ ନମ୍ବର ରଖି ରେକର୍ଡ କରିଛନ୍ତି । ପୂର୍ବରୁ ସେ ଫେବୃଆରୀରେ ହୋଇଥିବା ଜେଇଇ ମେନରେ ୯୯.୯୭ ପ୍ରତିଶତ ନମ୍ବର ରଖିଥିଲେ । ତାଙ୍କ ଲକ୍ଷ୍ୟ ଥିଲ।। ଶତପ୍ରତିଶତ ହାସଲ କରିବା । ତେଣୁ ପୁଣି ମାର୍ଚ୍ଚରେ ଏହି ପରୀକ୍ଷା ଦେଇଥିଲେ ଓ ନିଜ ଲକ୍ଷ୍ୟ ହାସଲ କରିଛନ୍ତି ।

Related posts

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

mahabharatanews

ନିଟ ପରୀକ୍ଷା ଫଳ ପ୍ରକାଶ, ସୋମଦତ୍ତ ଓଡ଼ିଶା ଟପର।

mahabharatanews

Leave a Comment