ଅପରାଧ

ରାଜଧାନୀରୁ ୩୦ କେଜି ଗଞ୍ଜେଇ ଜବତ: ୩ ମହିଳା ଗିରଫ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରୁ ବିପୁଳ ଗଞ୍ଜେଇ ଜବତ । କମିଶନରେଟ ପୁଲିସ ହାତରେ ୩ ଗଞ୍ଜେଇ ବେପାରୀ । ସମସ୍ତ ଗିରଫ ଅଭିଯୁକ୍ତ ମହିଳା । ରାଜଧାନୀର ବରମୁଣ୍ଡା ବସ ଷ୍ଟାଣ୍ଡରେ ଏହି ତିନି ମହିଳା ଗଞ୍ଜେଇ ନେଇ ବସ ପାଇଁ ଅପେକ୍ଷା କରିଥିବା ବେଳ ଭରତ ପୁର ପୁଲିସର ଏକ ଟିମ ସେମାନଙ୍କ ହାବଭାବକୁ ନେଇ ସନ୍ଦେହ କରିଥିଲା । ଏହା ପରେ ପଚରାଉଚରା କରିବା ସେମାନଙ୍କ ବ୍ୟାଗ ଚେକ କରିବା ବେଳେ ପାଇଥିଲା ୩୦ କେଜି ଓଜନର ଗଞ୍ଜେଇ । ପୁଲିସ ଗଞ୍ଜେଇ ଜବତ କରିବା ସହ ସମସ୍ତ ତିନି ମହିଳାଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆଣିଲେ, କେଉଁଠିକି ନେଇ ଯାଉଛନ୍ତି ତାର ଜେରା କରିବା ସହ ଏହି ବେପାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଚଳାଇଛି ପୁଲିସ ।

Related posts

ହାଇଦ୍ରାବାଦ ଏନକାଉଣ୍ଟର ମାମଲା

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews