ଓଡିଶା

ଲିକୁଇଡ ମେଡିକାଲ ଅକ୍ସିଜେନ ଉପରେ ଏସମା ଲାଗୁ

ଭୁବନେଶ୍ୱର: ରାଜ୍ୟସରକାର ବୁଧବାରଠାରୁ ୬ ମାସ ପାଇଁ ତରଳ ମେଡିକାଲ ଅକ୍ସିଜେନ ପ୍ରସ୍ତୁତି, ବଣ୍ଟନ ଓ ପରିବହନ ଉପରେ ଲଗାଇଲେ ଏସମା । ଗୃହବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସ୍ଥିତିରେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଫଳରେ ଅକ୍ସିଜେନ ସେବା ସହ ଜଡିତ ବ୍ୟକ୍ତିମାନେ କୌଣସି ପରିସ୍ଥିତିରେ ବି ଧାରଣା ଅବା କାର୍ଯ୍ୟ ଭଳି ଆନ୍ଦୋଳନ କରିପାରିବେ ନାହିଁ ।
ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କୋଭିଡ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ , ପରିବହନ ଓ ଯୋଗାଣକୁ ଓଡିଶା ଅତ୍ୟାବଶ୍ୟକ ସେବା ଆଇନ ୧୯୮୮ ଓ ଓଡିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନ-୨୦୨୦ ପରିସରଭୁକ୍ତ କରାଯାଇଛି ।ବର୍ତ୍ତମାନ ଦେଶବ୍ୟାପୀ କୋଭିଡ ସଂକ୍ରମଣର ବ୍ୟପକତା ଓ ଅକ୍ସିଜେନର ଆବଶ୍ୟକତା ସହ ଅଭାବକୁ ଦୃଷ୍ଟିରେ ରଖି କୌଣସି ପ୍ରକାରର ଧାରଣ।। ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଫଳରେ ଏହି ନିର୍ଦ୍ଦେଶନାମା ପରେ ସରକାର ଆନ୍ଦୋଳନକୁ ଓହ୍ଲାଇବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସରକାର

 

Related posts

ବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ

mahabharatanews

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଭାଲୁ ଆକ୍ରମଣରେ ଯୁବକ ଆହତ

mahabharatanews