ଓଡିଶା

ରାଜ୍ୟର ସରକାରୀ ଅଫିସ ଚାଲିବ ୫୦ ପ୍ରତିଶତ କର୍ମଚାରୀରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟକରୁଥିବା ଓଡିଶା ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସମସ୍ତ ବିଭାଗକୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ଉପସଚିବ ଓ ତଦୁଦ୍ଧ୍ୱର୍ ଅଧିକାରୀଙ୍କ ପାଇଁ କାର୍ଯ୍ୟକାରିହେବ ନାହିଁ । ସେମାନେ ପ୍ରତ୍ୟେହ ଅଫିସ ଆସିବେ ।
ଏହି ନିର୍ଦ୍ଦେଶନାମାରେ କୁହାଯାଇଛି କି, କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକରୁଥିବା କିଛି ବିଭାଗ ଓ ହେଡଅଫିସରେ ବହୁସଂଖ୍ୟକ ଲୋକ କରୋନ।।ରେ ସଂକ୍ରମିତ ହୋଇଥିବା ରିପୋର୍ଟ ରହିଛି । ଏହି ସଂକ୍ରମଣକୁ ରୋକିବା ବର୍ତ୍ତମାନ ସ୍ଥିତିରେ ଆବଶ୍ୟକ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକୁ କର୍ମଚାରୀ ସଂଖ୍ୟାରେ ହ୍ରାସ କରି କାର୍ଯ୍ୟକରିବାର ସ୍ୱାଧୀନତା ଦିଆଯାଇଛି । ଯଦି ଆବଶ୍ୟକ ହୁଏ ଅଫିସ ସାନିଟାଇଜେସନ ପାଇଁ ଅଫିସକୁ ବନ୍ଦ କରି କେବଳ ସ୍କେଲେଟାଲ କର୍ମଚାରୀଙ୍କୁ ନେଇ କାର୍ଯ୍ୟସମ୍ପାଦନ କରାଯିବ ଯେମିତି ଅତ୍ୟାବଶ୍ୟକ କାର୍ଯ୍ୟରେ କୌଣସି ପ୍ରଭାବ ନ ପଡେ ।
ଏଥିସହ ଯେଉଁ ଅଧିକାରୀ ଓ କର୍ମଚାରୀ ଭିଏନପିରେ ରହି ଅଫିସ ଆସୁନାହାନ୍ତି, ସେମ।।ନେ ଘରେ ରହି କାମ କରିବେ ତଥା ନିହାତି ଜରୁରୀ ସମୟରେ ଯେକୌଣସି କାର୍ଯ୍ୟ ପାଇଁ ସର୍ଟ ନୋଟିସରେ ଅଫିସରେ ଉପସ୍ଥିତ ହେବେ ଓ ସବୁ ସମୟରେ ଟେଲିଫୋନରେ ଉପସ୍ଥିତ ରହିବେ । ଏଥିସହ ପ୍ରଶାସନିକ ବିଭାଗ ଅଧିନସ୍ଥ କର୍ମଚାରୀ ତଥା କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ସୂଚୀକୁ ନେଇ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Related posts

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ବିକଳାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

mahabharatanews