ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟକରୁଥିବା ଓଡିଶା ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସମସ୍ତ ବିଭାଗକୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ଉପସଚିବ ଓ ତଦୁଦ୍ଧ୍ୱର୍ ଅଧିକାରୀଙ୍କ ପାଇଁ କାର୍ଯ୍ୟକାରିହେବ ନାହିଁ । ସେମାନେ ପ୍ରତ୍ୟେହ ଅଫିସ ଆସିବେ ।
ଏହି ନିର୍ଦ୍ଦେଶନାମାରେ କୁହାଯାଇଛି କି, କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକରୁଥିବା କିଛି ବିଭାଗ ଓ ହେଡଅଫିସରେ ବହୁସଂଖ୍ୟକ ଲୋକ କରୋନ।।ରେ ସଂକ୍ରମିତ ହୋଇଥିବା ରିପୋର୍ଟ ରହିଛି । ଏହି ସଂକ୍ରମଣକୁ ରୋକିବା ବର୍ତ୍ତମାନ ସ୍ଥିତିରେ ଆବଶ୍ୟକ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକୁ କର୍ମଚାରୀ ସଂଖ୍ୟାରେ ହ୍ରାସ କରି କାର୍ଯ୍ୟକରିବାର ସ୍ୱାଧୀନତା ଦିଆଯାଇଛି । ଯଦି ଆବଶ୍ୟକ ହୁଏ ଅଫିସ ସାନିଟାଇଜେସନ ପାଇଁ ଅଫିସକୁ ବନ୍ଦ କରି କେବଳ ସ୍କେଲେଟାଲ କର୍ମଚାରୀଙ୍କୁ ନେଇ କାର୍ଯ୍ୟସମ୍ପାଦନ କରାଯିବ ଯେମିତି ଅତ୍ୟାବଶ୍ୟକ କାର୍ଯ୍ୟରେ କୌଣସି ପ୍ରଭାବ ନ ପଡେ ।
ଏଥିସହ ଯେଉଁ ଅଧିକାରୀ ଓ କର୍ମଚାରୀ ଭିଏନପିରେ ରହି ଅଫିସ ଆସୁନାହାନ୍ତି, ସେମ।।ନେ ଘରେ ରହି କାମ କରିବେ ତଥା ନିହାତି ଜରୁରୀ ସମୟରେ ଯେକୌଣସି କାର୍ଯ୍ୟ ପାଇଁ ସର୍ଟ ନୋଟିସରେ ଅଫିସରେ ଉପସ୍ଥିତ ହେବେ ଓ ସବୁ ସମୟରେ ଟେଲିଫୋନରେ ଉପସ୍ଥିତ ରହିବେ । ଏଥିସହ ପ୍ରଶାସନିକ ବିଭାଗ ଅଧିନସ୍ଥ କର୍ମଚାରୀ ତଥା କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ସୂଚୀକୁ ନେଇ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
