ଓଡିଶା

ବରିଷ୍ଠ ମାଓ କ୍ୟାଡରର ଏନକାଉଣ୍ଟରରେ ମୃତ୍ୟୁ

ଭୁବନେଶ୍ୱର: ପୁଲିସ୍ ଏନ୍କାଉଣ୍ଟରରେ ମାଓ ସଂଗଠନର ଜଣେ ବରିଷ୍ଠ କ୍ୟାଡର ମୃତ । ବରଗଡ ପଦମପୁର ଥାନା ଅଧୀନ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସକୁ ମିଳିଛି ଏହି ସଫଳତା ମିଳିଛି ବୋଲି ଡିଜିପିଙ୍କ କହିଛନ୍ତି ।
ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍ର ଏକ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଚାଲିଥିବା ବେଳେ ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଜଣେ ବରିଷ୍ଠ ମାଓବାଦୀ କ୍ୟାଡର ନିହତ ହୋଇଛି। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଡିଜିପି ଅଭୟ କହିଛନ୍ତି, ମାଓ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।

 

Related posts

ଜୀବନ ବିକଳରେ ସାଇକେଲରେ ୧୬୦୦ କିମି ଅତିକ୍ରମ କଲେ ପ୍ରାବାସୀ

mahabharatanews

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

mahabharatanews

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews