ରାଜନୀତି

ପଶ୍ଚିମ ବଙ୍ଗ ବିଜେପି ସାଂସଦ ଡାକ୍ତର ଜୟନ୍ତ କୁମାର ରାୟଙ୍କୁ  ଆକ୍ରମଣ

କୋଲକାତା: ପଶ୍ଚିମ ବଙ୍ଗରେ ଥମୁନୀ ନିର୍ବାଚନୀ ହିଂସା । ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ହିଂସା ଜାରି ରହିଛି । ଜଲପାଇଗୁଡିର ବିଜେପି ସାଂସଦ ଡାକ୍ତର ଜୟନ୍ତ କୁମାର ରାୟଙ୍କୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜୟନ୍ତଙ୍କ ସହ ତାଙ୍କ କର୍ମକର୍ତ୍ତା ମଧ୍ୟ ଗୁରୁତର । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜୟନ୍ତ ନିର୍ବାଚନ ପରବର୍ତ୍ତୀ ହିଂସାରେ ବାସହରା ହୋଇଥିବା ପରିବାରକୁ ଭେଟିବାକୁ ଯାଇଥିଲେ । ରାଜଗଞ୍ଜ ପ୍ରାନ୍ତର ଭଣ୍ଡାରୀ ଗଚ କ୍ଷେତ୍ରରୁ ୧୩ ଦଳିତ ବିଜେପି କାର୍ୟ୍ୟକର୍ତ୍ତା ନିର୍ବାଚନୀ ହିଂସା ପରେ ପଳାଇଥିବା ବେଳେ ଏକ ମାସରୁ ଅଧିକ ସମୟ ହେଲା ସେମାନେ ଏକ ମନ୍ଦିରରେ ରହୁଛନ୍ତି। ଏହି କର୍ମକର୍ତ୍ତାଙ୍କୁ ଭେଟି ସାଂସଦ ସନ୍ଧ୍ୟା ୫ଟାରେ ଫେରୁଥିଲେ। ସେତେବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଯେଉଁଥିରେ ଦୁଇ ଅନ୍ୟ ବିଜେପି କାର୍ୟ୍ୟକର୍ତ୍ତା ମଧ୍ୟ ଗୁରୁତର ହୋଇଛନ୍ତି।
ଆକ୍ରମଣ ପାଇଁ ଜୟନ୍ତ କୁମାର ଟିଏମସିକୁ ଦାୟୀ କରିଛନ୍ତି। ଜୟନ୍ତ କୁମାର କହିଛନ୍ତି, ‘ପାଖାପାଖି ୫ଟା ସମୟରେ ଟିଏମସିର ଗୁଣ୍ଡା ମୋ ଉପରେ ଆକ୍ରମଣ କରିଛନ୍ତି।ମୋ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି। ମୋ ସହିତ ଥିବା ଅନ୍ୟ କର୍ତ୍ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ କୌଣସି ଆଇନ୍ ବ୍ୟବସ୍ଥା ଆଉ ନାହିଁ।’ ଏହି ଅଭିଯୋଗକୁ ଟିଏମସି ଖଣ୍ଡନ କରିଛି ।

 

Related posts

ଓଡିଶାରୁ ପଞ୍ଜାବ ସବୁଠି ବବିଙ୍କ ପ୍ରଶଂସା

mahabharatanews

ମହିଳାମାନେ ନିଜ ଅଧିକାର ପାଇଁ ଲଢ଼ନ୍ତୁ ; ମମତାଙ୍କ ବଡ଼ ବୟାନ

mahabharatanews

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

mahabharatanews