ଓଡିଶା

୬ ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର: ଜେଲରୁ ମୁକୁଲିଲେ ଗୋପାଳ ପୁର ବିଧାୟକ । ଆଜି ଝାରପଡା ଜେଲରୁ ବିଧାୟକ ପ୍ରଦୀପ ପାଣିଗାହୀ ମୁକୁଳି ଛନ୍ତି । ତାଙ୍କ ନାମରେ ଥିବା ୬ଟି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ଆଜି ପ୍ରଦୀପ ଜେଲରୁ ବାହାରିଛନ୍ତି । ଗତକାଲି ହାଇକୋର୍ଟ ତାଙ୍କ ଷଷ୍ଠ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଗତବର୍ଷ ଡିସେମ୍ବର ୩ ତାରିଖରେର ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ଥିଲା ଠକେଇ ମାମଲାରେ ।

ଗତକାଲି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପାଣିଗ୍ରାହୀଙ୍କ ନାମରେ ଦାୟର ସମସ୍ତ ମାମଲାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଜାମିନ ସର୍ତ୍ତରେ ଉଲ୍ଲଙ୍ଘନ ହେଲେ ତାଙ୍କ ଜାମିନ ନାକଚ ହୋଇଯିବ ବୋଲି କୋର୍ଟ କହିଥିଲେ ।
ତେବେ ଜାମିନରେ ଯିବାକୁ କୋର୍ଟ କେତେକ ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁଯାୟୀ ତାଙ୍କୁ ମାମଲାରେ ଜଡିତ ସାକ୍ଷୀଙ୍କ ସହ ସମ୍ପର୍କ ସ୍ଥାପନ ନ କରିବାକୁ କୁହାଯିବା ସହ ସାକ୍ଷ ପ୍ରମାଣ ନଷ୍ଟ ନ କରିବାକୁ ତାଗିଦ କରାଯାଇଛି । ମାମଲାରେ କୌଣସି ଧମକ ପୂର୍ଣ୍ଣ କାର୍ଯ୍ୟ ବା ପ୍ରତିଶ୍ରୁତି ଦେବେ ନାହିଁ । ଏହା ବ୍ୟତୀତ ସାଧାରଣରେ କୌଣସି ମନ୍ତବ୍ୟ ବା ଗଣମାଧ୍ୟମକୁ ସାକ୍ଷାତକାର ନ ଦେବାକୁ ସର୍ତ୍ତରେ କୁହାଯାଇଛି ।

Related posts

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ

mahabharatanews

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ପକ୍ଷରୁ ଶୋଭଯାତ୍ରା

mahabharatanews

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

mahabharatanews