Uncategorized

କଣ ରହିଛି ଡେଲ୍ଟା ପ୍ଲସର ଲକ୍ଷଣ?

ଲଣ୍ଡନ: ଡେଲ୍ଟା ପ୍ଲସ ଭାରିଆଣ୍ଟ ତୃତୀୟ ଲହରର କାରଣ ହେବାକୁ ନେଇ ବିଶେଷଜ୍ଞ ଚିନ୍ତାବ୍ୟକ୍ତ କରିଛନ୍ତି । ବିଶେଷଜ୍ଞ ଡେଲ୍ଟା ପ୍ଲସକୁ ନେଇ ଚଳାଇଛନ୍ତି ଅନୁସନ୍ଧାନ । ଲଣ୍ଡନସ୍ଥିତ କିଂସ କଲେଜ ପକ୍ଷରୁ ଏହି ଭାରିଆଣ୍ଟ ଉପରେ ହୋଇଥିବା ଅନୁସନ୍ଧାନରୁ ଏହାର କିଛି ଲକ୍ଷଣ ସାମ୍ନାକୁ ଆସିଛି । ଅନୁସନ୍ଧାନକାରୀ ସଂସ୍ଥା ମୁତାବକ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଲକ୍ଷଣ ଅନ୍ୟ ଭାରିଆଣ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହି ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ରୋଗୀଙ୍କଠାରେ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାନିଆଲ ସମସ୍ୟା ଦେଖାଦେବାରୁ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହେଉଛି । ସଂକ୍ରମିତଙ୍କର ବାନ୍ତି ହେଉଛି । ଭୋକ କମି ଯାଉଛି । ଶ୍ରବଣ ଶକ୍ତି ହ୍ରାସ ପାଇବା ସହ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି । ଏହା ଫୁସଫୁସକୁ ବ୍ୟାପକ ପ୍ରଭାବିତ କରୁବାରୁ ରେସ୍ପିରେଟରୀ ସିଷ୍ଟମ ଦୁର୍ବଳ ହୋଇ ଯାଉଛି । ଏହି ଭୂତାଣୁର ବ୍ୟାପକତା ଅଧିକ ରହିଛି । ଏହା ମନୋକ୍ଲୋନାଲ ଆଣ୍ଟିବଡି ଚିକିତ୍ସାକୁ ଫଳଶୂନ୍ୟ କରି ଦେଉଛି ।

Related posts

ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ: ୧୭ ଗାଁରେ ଲାଗୁ ହେବ ଧାରା ୧୪୪

mahabharatanews

କୁକୁଡାରୁ ସୃଷ୍ଟି ହୋଇପାରେ ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ: ଆମେରିକା ବିଶେଷଜ୍ଞ

mahabharatanews

ଓଜନ ହ୍ରାସ କରେ କେଶର

mahabharatanews