ଓଡିଶା

ଓଡିଶାର ଅଖ୍ୟାତ ଗ୍ରାମ ଯୁବକଙ୍କ କଳାକୁ ଦେଖିବା ଦେଶ

ଭୁବନେଶ୍ୱର: ଭୁଗୋଳ ପୋଥି ପତରେ ନାଁ ନଥିବା ଅଖ୍ୟାତ ପଲ୍ଲୀର ଯୁବକଙ୍କ କଳାକୃତିକୁ ଦେଖିବା ଜଗତ । ରାଜକନିକା ବ୍ଲକ ବ୍ରାହ୍ମଣସାହିର ତ୍ରିଲୋଚନ ବେହେରା ଓ ତାଙ୍କ ସହଯୋଗୀଙ୍କ କଳାକୃତୀ ଡେରାଡୁନ ସ୍ଥିତ ଭାରତୀୟ ସେନା ଏକାଡେମିରେ (ଆଇଏମ୍ଏ)ରେ ସ୍ଥାନ ପାଇବ। ଭାରତୀୟ ସେନାର ବୀରତ୍ୱକୁ ନେଇ ସୃଷ୍ଟ ତାଙ୍କ କଳାକୁ ଆଇଏମଏ ସ୍ଥାନଦେବ ।
ତ୍ରିଲୋଚନଙ୍କର ମୂର୍ତ୍ତି ନିର୍ମାଣରେ ସଉକ ରହିଛି । ତାଙ୍କ କଳାକୃତିକୁ ଦେଖି ଭାରତୀୟ ସେନା ତାଙ୍କୁ ବୀର ଯବାନଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଦେଇଛି ଅର୍ଡର। ଦେଶର ଏତେ ବଡ ଅନୁଷ୍ଠାନଠାରୁ ଅର୍ଡର ପାଇବା ପରେ ତ୍ରିଲୋଚନ ଓ ତାଙ୍କ ସାଙ୍ଗ ସାଥିଙ୍କ ମଧ୍ୟରେ ଖେଳି ଯାଇଛି ଆନନ୍ଦ । ମୂର୍ତ୍ତି ନିର୍ମାଣରେ ସମସ୍ତେ ବ୍ୟସ୍ତ । ଏହି ମୂର୍ତ୍ତି ନିର୍ମାଣ ପାଇଁ ସେମାନଙ୍କୁ ଆବଶ୍ୟକ ପାଳ, ସୁତା, ମାଟି, ପ୍ଲାଷ୍ଟର ପ୍ୟ।।ରିସ । ସମସ୍ତ ସାମଗ୍ରୀ ସଂଗ୍ରହ କରି ଏବେ ତ୍ରିଲୋଚନ ନିଜ ସର୍ଜନାରେ ଲାଗି ପଡିଛନ୍ତି । ୧୫ ବର୍ଷ ହେବ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ତ୍ରିଲୋଚନ ନିଜର କଳାକୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇପାରିଥିବା ଯୋଗୁଁ ଗ୍ରାମବାସୀ ମଧ୍ୟ ଗର୍ବିତ ।

Related posts

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

mahabharatanews

ବିଧାୟକଙ୍କ ଆରୋଗ୍ୟ କାମନା କରି ସମୁହ ଦୀପଦାନ

mahabharatanews

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews