ଓଡିଶା

ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ

ଭୁବନେଶ୍ୱର: ଜୁଲାଇ ଗାଇଡଲାଇନ ଜାରି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ, ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ ଏକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।
ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ ଏରେ ସାମିଲ କରାଯାଇଛି। ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ ବି ରେ ରହିଛି। ସ୍ଥିତି ଦେଖି ଧିରେ ଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କାଟେଗୋରୀ ଏରେ ଥିବା ୨୦ ଜିଲ୍ଲାରେ ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ବଜାର ୬ରୁ ସଂଧ୍ୟା ୬ଟା ଯାଏ ଖୋଲିବ। ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ।୨୦ ଜିଲ୍ଲାରେ ଧାର୍ୟ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ଏହି କ୍ୟାଟେଗୋରୀରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ।
ସେହିଭଳି କାଟେଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

 

Related posts

‘ପ୍ରଜାମଣ୍ଡଳ’ ପାଳିଲା ୮୪ତମ ଜନ୍ମଜୟନ୍ତୀ

mahabharatanews

ସ୍ନାନ ବେଳେ ନାବାଳକଙ୍କୁ ମଝି ସମୁଦ୍ରକୁ ଟାଣି ନେଲା ଉଚ୍ଚ ଜୁଆର

mahabharatanews

ମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews