Uncategorized

ଆସୁଛି ଆଉ ଏକ ବାତ୍ୟା ‘ଫେଲିସିଆ’

(ରିପୋଟର୍ସ ଟୁଡେ) ; ଆଉ ଏକ ବାତ୍ୟା ଆସୁଥିବା ସତର୍କ କଲେ ପ୍ରଶାସନ । ମାଡି ଆସୁଛି ଫେଲିସିଆ । ତେବେ ଆସନ୍ତା ବୁଧବାର ଏହା ଗଭୀର ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।ଏବେ ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି । ଯାହା ଧିରେଧିରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଭୁପୃଷ୍ଠ ଆଡକୁ ମାଡି ଆସୁଛି । ଏହା ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ଏହା ୧୦୩୦ ମାଇଲ୍ ଦୂରରେ ରହିଛି । ବାତ୍ୟା ଯେଉଁଠି କେନ୍ଦ୍ରୀଭୂତ ହୋଇଛି ସେଠାରେ ଘଣ୍ଟା ପ୍ରତି ୨୫ କିମି ବେଗରେ ପବନ ବୋହୁଥିବା ବେଳେ ସ୍ଥଳଭାଗରେ ମାଡ ହେବା ପରେ ୨୦୦ କିମି ବେଗରେ ପ୍ରତି ପବନ ବହିପାରେ ।ସବୁଠାରୁ ବଡ କଥା ହେଲା ଯେ, ଏହି ବାତ୍ୟା ସ୍ଥଳଭାଗରେ ମାଡ ହେବା ଆଶଙ୍କା କମ ରହିଛି । ଏହା ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯିବ । କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ମିଆମି ନ୍ୟାଶନାଲ ହରିକେନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରବେଶ ବେଳକୁ ଦୁର୍ବଳ ହୋଇସାରିଥିବ । କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ତ୍ୱେ ଏହା ହାଓ୍ୱାଲିଆନ ଦ୍ୱୀପରୁ ଦୂରରେ ରହିବ । ରବିବାର ରାତିରୁ ହିଁ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସପ୍ତାହର ବୁଧବାର ଯାଏଁ ଜାରି ରହିପାରେ ।୧୩୦ ମାଇଲ ବା ୨୦୦ରୁ ଅଧିକ ବେଗରେ ବହିପାରେ ପବନ ।

Related posts

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

ଘରୋଇ ଉପାୟରେ ମୁହଁରୁ ଦୂର କରନ୍ତୁ ବ୍ରାକ ହେଡ୍ସ

mahabharatanews

ଜାମ୍ମୁରେ ହେବ ଭଗବାନ ଭେଙ୍କେଟେଶ୍ୱରଙ୍କ ମନ୍ଦିର

mahabharatanews