ଓଡିଶା

ବାରହା ଫାଶରେ ହାତୀ ମୃତ

ଢେଙ୍କାନାଳ(ମହାଭାରତ): ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି । ତିନି ଦିନ ତଳେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣା ସାମନାକୁ ଆସିଥିଲା । ଏହାପରେ ପୁଣି ଆଜି ଆଉ ଗୋଟିଏ ହାତୀ ପ୍ରାଣ ହରାଇଥିବା ଜଣାଯାଇଛି । ତେବେ ଏକ ଫାଶରେ ଛନ୍ଦି ହୋଇ ହାତୀଟି ମୃତ୍ୟୁବରଣ କରିଛି । ବାରହାକୁ ଧରିବା ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡି ଯାଇଥିଲା ଏହି ଦନ୍ତା ହାତୀ । ଏ ଘଟଣା ହେଉଛି ହିନ୍ଦୋଳ ବନାଞ୍ଚଳର କନ୍ତାମିଲା ଗ୍ରାମର । ତେବେ ମୃତ ହାତୀଟିର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେପଟେ ହାତୀର ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନକର୍ମଚାରୀ । ଏଥିସହ ଘଟଣାସ୍ଥଳରୁ ବିଦ୍ୟୁତ ତାର ମଧ୍ୟ ଜବତ ହୋଇଛି ।

Related posts

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

mahabharatanews

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

mahabharatanews