ଅପରାଧ

ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକିବା ବେଳେ ଗିରଫ

ଭୁବନେଶ୍ୱର: ବେଆଇନ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଦୁଇ ବେପାରୀଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ପଡ୍ରିକିଆ ଅଞ୍ଚଳର ଅରୁଣ ଦିଗଲ ଏବଂ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗନ ବଡ଼ବେରଣା ଅଞ୍ଚଳର ଦିନବନ୍ଧୁ ମାଝି ଓରଫ ଦିନ । ସେମାନଙ୍କ ଠାରୁ ପୋଲିସ ୩୦୦ ଗ୍ରାମ ବ୍ରାଉନ ସୁଗାର, ୧ ଲକ୍ଷ ୪୮ ହଜାର ଟଙ୍କା, ତିନିଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ବ୍ରାଉନସୁଗାର କାରବାର ଚଳାଇଥିବା ନେଇ ପୋଲିସ ସୂଚନା ପାଇଥିଲା । ପରେ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଭୟଙ୍କ ଉପରେ ନଜର ରଖିଥିଲା । ଆଜି ସକାଳେ ଅଭିଯୁକ୍ତ ଦ୍ୱୟ ବ୍ରାଉନସୁଗାର ନେଇ ଆସୁଥିବା ପୋଲିସ ଗୁଇନ୍ଦା ସୂଚନା ପାଇଥିଲା । ପରେ ଖଣ୍ଡଗିରି ପୋଲିସର ଏକ ଟିମ ଖଣ୍ଡଗିରି ଥାନା ଅଧୀନ ତପୋବନ ବସ୍ତିରେ ଚଢାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରିଥିôଲା । ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ବ୍ରାଉନସୁଗାର ଏବଂ ଦେଢ ଲକ୍ଷ ଟଙ୍କା ମିଳିଥିଲା । ଏନେଇ ଖଣ୍ଡଗିରି ପୋଲିସ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପଚରାଉଚରାରୁ ଜଣାପଡିଛି ଯେ ଅଭିଯୁକ୍ତ ଦ୍ୱୟ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଏଠାରେ ନିଜେ ବିକିବା ସହ ଛୋଟ ଛୋଟ ବେପାରୀମାନଙ୍କୁ ମଧ୍ୟ ଦେଉଥିଲେ ।

Related posts

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

ନାବାଳିକାକୁ ଦୁଷ୍କର୍ମ, ହତ୍ୟା ଓ ବଳପୂର୍ବକ ଶବଦାହ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews