Uncategorized

ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

(ରିପୋଟର୍ସ ଟୁଡେ) ; ୮୯ ବର୍ଷୀୟ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ଗତ ଜୁଲାଇ ୪ ତାରିଖରେ ଅସୁସ୍ଥ ହୋଇପଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।ଉତ୍ତର ପ୍ରଦେଶର ପ୍ୟବର୍ତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ତେବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ବର୍ତ୍ତମାନ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଛି । ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଏହି ବୟାନ ଜାରି କରାଯାଇଛି ।ମେଡିକାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜୀ, ନେଫ୍ରୋଲୋଜୀ, ନ୍ୟୁରୋଲୋଜୀ ଏବଂ ଏଣ୍ଡକ୍ରିନୋଲୋଜୀ ବିଭାଗର ଡାକ୍ତରୀ ଟିମ ଲଗାତାର ଭାବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମେଡିକାଲ ନିର୍ଦେଶକ ପ୍ରଫେସର ଆରକେ ଧୀମାନ ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଅନନ୍ଦୀବେନ ପଟେଲ ହସ୍ପିଟାଲରେ ପହଞ୍ଚି କଲ୍ୟାଣ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ।

 

Related posts

ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଚାହୁଁଛି ଚୀନ

mahabharatanews

ଆମେରିକାରେ କରୋନା ଟେଷ୍ଟ କିଟ୍ ଚୋରି

mahabharatanews

ବନ୍ୟା ଜଳରେ ଭାସୁଛି ବିମାନ

mahabharatanews