ଅପରାଧ

 ଗୋଡେଇ ଗୋଡେଇ ରାଜରାସ୍ତାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଆତଙ୍କ । ଦିନ ଦ୍ୱିପ୍ରହରେ ରାଜଧାନୀର ରାଜରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଦୁଇ ଜଣ ଯୁବକଙ୍କୁ ରାଜଧାନୀର ମୋଷ୍ଟ ପପୁଲେଟେଡ ରାସ୍ତା ଭାବେ ଜଣାଶୁଣା ମାଷ୍ଟର କ୍ୟାଣ୍ଟିନ ରାସ୍ତା ଉପରେ ଏକ ଗୋଷ୍ଠୀ ଦୁଇ ଜଣ ଯୁବକଙ୍କୁ ଗୋଡାଉଥିଲେ । ଯୁବକ ଦ୍ୱୟଙ୍କୁ ଗୋଡେଇ ଗୋଟିଏ ପରେ ଗୋଟିଏ ଚୋଟ ମାରି ଚାଲିଥିଲେ ଓ ଯୁବକ ଦୁଇଜଣ ଜୀବନ ବିକଳରେ ଚିକ୍ରାର କରୁଥିଲେ । ଗୁରୁତର ହୋଇ ଦୁଇ ଯୁବକ ତଳେ ପଡିଯାଇଥିଲେ ।
ସୂଚନା ପାଇ ଖାରବେଳ ନଗର ଥାନା ପୁଲିସ ସେଠାରେ ପହଁଚି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

Related posts

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews

ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା

mahabharatanews

ଗଜପତିରେ ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

mahabharatanews