Uncategorized

 ଯୌତୁକ ନିର୍ଯାତନା କମାଯାଇପାରିବ ସଚେତନତା: ପିନାରାୟି ବିଜୟନ

ତିରୁବନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବୁଧବାର କହିଛନ୍ତି, ଯୌତୁକ ସମ୍ବନ୍ଧିତ ହିଂସାକୁ ସଚେତନତା ମ।।ଧ୍ୟମରେ ରୋକା ଯାଇ ପାରିବ ଓ ଏପରି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବିଧାନସଭାରେ ବୃଦ୍ଧି ପାଉଥିବା ଯୌତୁକ ନିର୍ଯାତନା ଓ ଘରୋଇ ହିଂସାର ଉଦାହରଣ ଦେଇ ସେ ଏହା କହିଛନ୍ତି ।
ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଦ୍ୱାରା ଯୌତୁକ ପ୍ରଚଳନକୁ ନେଇ ହୋଇଥିବା ଅନସନ ଏକ ଗାନ୍ଧୀବାଦୀ କୌଶଳ ସଚେତନତା ସୃଷ୍ଟି କ୍ଷେତ୍ରରେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୧-୧୬ ମଧ୍ୟରେ ରାଜ୍ୟରେ ଯୌତୁକ ନିର୍ଯାତନା ପାଇଁ ୧୦୦ ଟି ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨୦୧୬-୨୧ ମଧ୍ୟରେ ଏହି ସଂଖ୍ୟା ହ୍ରାସ ପାଇ ୫୪ରେ ପହଁଚିଛି । ୨୦୨୦-୨୦୨୧ରେ ଯୌତୁକ ନିର୍ଯାତନା ପାଇଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ତାଙ୍କୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଜୟନ ଗୃହକୁ ଏହି ତଥ୍ୟ ପ୍ରଦାନ କରିବା ସହ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ଏପରି ଘଟଣାରେ ପୁଲିସ ତଦନ୍ତ କରୁଛି ଓ ଘଟଣାରେ ଅପରାଧୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

Related posts

୨୦୨୦ରେ ସିବିଆଇ ୮୦୦ରୁ ଅଧିକ ମାମଲାର ଫଇସଲା କରିଛି

mahabharatanews

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

mahabharatanews

ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ

mahabharatanews

Leave a Comment