Uncategorized

ଶସ୍ତା ହେଲା ସୁନା-ରୂପା

(ନୂଆଦିଲ୍ଲୀ) ; ଆସିଲା ଗ୍ରାହକଙ୍କ ପାଇଁ ଖୁସି ଖବର ! ଶସ୍ତା ହେଲା ସୁନା – ରୂପା । ବଜାରରେ ଦର ଦାମ ନିୟନ୍ତ୍ରଣରେ ରହୁନାହିଁ । ସେହିପରି ସୁନା –ରୂପା ର ଦାମ କେତେବେଳେ ହ୍ରାସ ପାଉଛି ତ ଆଉ କେତେ ବେଳେ ରେକର୍ଡ ସ୍ତରରେ ପହଞ୍ଚୁଛି । ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ସୁନା ସମେତ ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ଳିତ କାରବାର ସପ୍ତାହର ଶେଷ ଦିନ( ଶୁକ୍ରବାର)ରେ ସୁନା ଦାମ କମିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ଖସିଥିବା ବେଳେ ବ୍ୟବସାୟ ହେଉଛି । ପ୍ରତି ୧୦ ଗ୍ରାମ ସୁନା ଉପରେ ୧୦୦ ଟଙ୍କାରୁ ଅଧିକ କମିଥିବା ଜଣାପଡ଼ିଛି। ଆଜି ରୂପା ମଧ୍ୟ ଶସ୍ତା ହୋଇଛି।ଏବେ ୧୦୧ ଟଙ୍କା ଶସ୍ତା ସହ ସୁନା ପ୍ରତି ୧୦ ଗ୍ରାମକୁ ୪୮୧୮୦ ଟଙ୍କାରେ ପହଞ୍ଚିଛି। ସେପଟେ ୨୭୦ ଟଙ୍କା ଶସ୍ତା ହୋଇଛି ରୂପା। ରୂପା କିଲୋପ୍ରତି ୬୭୯୩୦ ଟଙ୍କା ରହିଛି।ଇଣ୍ଟରନ୍ୟାସନାଲ୍ ମାର୍କେଟ୍ରେ ଏବେ ସୁନା ୪.୧୦ ଡଲାର ହ୍ରାସ ସହ ୧,୮୨୭.୧୦ ଡଲାର ପ୍ରତି ଆଉନ୍ସରେ ଟ୍ରେଡ୍ କରୁଛି । ରୂପା ୦.୧୭୨ ଡଲାର ଶସ୍ତା ହୋଇ ୨୫.୬୧୦ ଡଲାର ପ୍ରତି ଆଉନ୍ସ ରହିଛି । ତେବେ ଗୋଟିଏ ଆଉନ୍ସ ୨୮.୩୪ ଗ୍ରାମ।ଏହା ବ୍ୟତୀତ ମିଳିଥିବା ସୂଚନା ଅନୁସାରେ ସୁନା ଆହୁରି ଶସ୍ତା ହୋଇପାରେ। ଏବେ ଦେଶରେ ସେମିତି କୌଣସି ପାର୍ବଣ ନାହିଁ କି ବାହା ସିଜନ୍ ନାହିଁ। ଏହା ସହ ସୁନା ଉପରେ ହଲମାର୍କ ନିୟମ ଲାଗୁ ହେବା ପରଠୁ ବଜାରରେ ସୁନା ଦାମ୍ରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳୁଛି।

 

 

Related posts

ଏସିଡ୍ ବିକ୍ରି ଉପରେ ମଧ୍ୟପ୍ରଦେଶ ସରକାର ଲଗାଇବେ କଟକଣା

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

ଆତଙ୍କବାଦୀ ଆକ୍ରମଣ ବନ୍ଦ ହେଲେ ବନ୍ଦୀଙ୍କୁ ଛଡାଯିବ: ଆଫଗ।ନ

mahabharatanews