ଅପରାଧ

ଚାଲାଣ ବେଳେ ୧୬ପେଟି କଫସିରପ ଜବତ

ବୌଦ୍ଧ(ମହାଭାରତ): ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଚାରିଛକଠାରେ ରେଡ କରିଛି ପୁରୁଣାକଟକ ଥାନା ପୋଲିସ । ଏହି ଚଢାଉରେ ଚାଲାଣ ହେଉଥିବା ୧୬ ପେଟି କଫ ସିରପକୁ ପୋଲିସ ଜବତ କରିଛି । ଜବତ ହୋଇଥିବା ଏହି କଫସିରଫର ଆନୁମାନିକ ମୂଲ୍ୟ ପାଖାପାଖି ୩ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ବ୍ୟବହୃତ ହୋଇଥିବା ସ୍କର୍ପିଓ ସହ ନୂଆପଡାର ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କର୍ପିଓ ଦ୍ୱାରା ଭୁବନେଶ୍ୱରରୁ ବଲାଙ୍ଗୀର କଫସିରପ ଚୋରାଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଚାରିଛକ ଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏହି ଗାଡିକୁ ଅଟକାଇଥିଲା । ଗାଡି ଯାଞ୍ଚ ସମୟରେ ଏସ କଫ କମ୍ପାନୀର ୧୬ ପେଟି କଫସିରପ ଜବତ ହୋଇଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁରୁଣାକଟକ ପୋଲିସ ।

Related posts

ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶାର ପୁରୀ

mahabharatanews

ଲୋମଟାଙ୍କୁରା ଘଟଣା : ଯୁବତୀଙ୍କୁ ବନ୍ଧକ ରଖି ୪ ଦିନ ଗଣଦୁଷ୍କର୍ମ

mahabharatanews

ପୂର୍ବତନ କର୍ପୋରେଟରଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews