ଓଡିଶା

ସୁଜ୍ଞାନୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ପାଳିତ

(ହର ପ୍ରସାଦ ବିଷୋଇ / ଗଞାମ) ; ଖଲ୍ଲିକୋଟ ରାଣୀ ତଥା କବିସୂର୍ୟ୍ୟନଗର ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ବର୍ଷିୟାନ ନାରୀ ନେତ୍ରୀ ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ଉପଲକ୍ଷେ ଆଜି ୫ ମ ପର୍ୟ୍ୟାୟ ତଥା ଜନ୍ମ ଦିନରେ ବେଗୁନିଆପଡା ବ୍ଲକ ସ୍ଥିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏହି ଶିବିର କୁ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ଉଦଘାଟନ କରିଛନ୍ତି ଜ୍ଝ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱବଧାନ ରେ ଆୟୋଜିତ ରକ୍ତଦାନ ଶିବିର ରେ ୨୨୨ ୟୁନିଟ ରକ୍ତ ସଂଗୃହିତ ହୋଇଛି ଜ୍ଝ ସୌରା ଛଚିନା,କେ ବରିଡା,ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର,ମର୍ଦ୍ଧକୋଟ, ଖଣ୍ଡିଆନଈ ଓ ବେଗୁନିଆପଡା ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ରକ୍ତ ଦାନ ଶିବିର ଜ୍ଝ ପୂର୍ବତନ ବିଧାୟିକା ସୁଜ୍ଞାନୀ ଦେଓ ଙ୍କ ଜନ୍ମ ଦିନ ଅବସରରେ ୨୦୦୮ ମସିହା ଠାରୁ ଏହି ଶିବିର ଆୟୋଜିତ ହୋଇ ଆସୁଛି ଜ୍ଝ ସୁଜ୍ଞାନୀ ଦେଓ ଙ୍କୁ ଭଲପାଉଥିବା ଲୋକେ ସ୍ୱତପୂର୍ତ୍ତ ଭାବେ ଆସି ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି ଜ୍ଝଏଥିସହ ଆୟୋଜିତ ସଭା ରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତି ରାଣୀମା ଆମ ସମସ୍ତଙ୍କ ପାଇଁ ଆଦର୍ଶ ତାଙ୍କ ବଳିଷ୍ଠ ନେତୃତ୍ବ ରାଜ୍ୟ ରାଜନୀତି ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଜ୍ଝ ଏଥିସହ ବିଧାୟିକା ଲତିକା ପ୍ରଧାନ ନିଜ ଅଭିଭାଷଣ ରେ କହିଛନ୍ତି ରାଣୀ ମା ଏ ଅଞ୍ଚଳ ପାଇଁ ଆଶ୍ରିବାଦ ତାଙ୍କ କାର୍ୟ୍ୟ ଆମକୁ ଅନୁପ୍ରାଣିତ କରିଆସୁଛନ୍ତି ଜ୍ଝ ଆୟୋଜିତ ସଭାରେ ସମସ୍ତ ଅତିଥି ରାଣୀ ମା ଙ୍କ ଦୀର୍ଘାୟୁ ଓ ନିରାମୟ ସ୍ୱାସ୍ଥ୍ୟ ପାଇଁ ପ୍ରାଥନା କରିଛନ୍ତି ଜ୍ଝ ଆଜିର ଏହି ଶିବିର ରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା, ଜିଲ୍ଲା ମହିଳା ସଭାପତି ଏମ.ସୁଜାତା ପାତ୍ର, ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ବିଜୁ ଜନତା ଦଳ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ଜ୍ଝ

 

Related posts

ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି

mahabharatanews

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews

ପଇତା ଲାଗି ନୀତି ; ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews