ଅପରାଧ

ପୁଣି ବିପୁଳ ଗଞ୍ଜେଇ ଜବତ

ସାନଖେମୁଣ୍ଡି(ମହାଭାରତ): ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଚୋରା ଚାଲାଣ ବେଳେ ୨ଶହ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଦିଗପହଣ୍ଡି ପୋଲିସ । ଏ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ ।
ରାଜ୍ୟରେ ବଢୁଛି ଚୋରା ନିଶା କାରବାରର ଦୁନିଆ । ଅପରାଧ ଡାଏରୀରେ ଯୋଡି ହୋଇଛି ଗଞ୍ଜେଇ ଏବଂ ବ୍ରାଉନସୁଗାର ଭଳି ନିଶା ଦ୍ରବ୍ୟର ଚୋରା ବେପାର । ୯ଟି ଜରି ବ୍ୟାଗରେ ମୋଟ ୨୩୧.୬ କିଲୋ ଓଜନର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦିଗପହଣ୍ଡି ପୋଲିସ ହାତରେ ଧରା ପଡିଛି । ବିପୁଳ ପରିମାଣର ଗଞ୍ଜେଇ ସମେତ ଆହୁରି ଅନେକ ଜିନିଷ ପୋଲିସ ଜବତ କରିଛି । ଚାଲାଣରେ ବ୍ୟବହୃତ ହେଉଥିବା ଟ୍ରାକ୍ଟର, ନମ୍ବର ନଥିବା ଟ୍ରଲି, ୨ଟି ମୋବାଇଲ ସହିତ ନଗଦ ୨୦ ହଜାର ଟଙ୍କା ଏବଂ ୧୧ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ଟି ଚେକ ବୁକ ଜବତ ହୋଇଛି । ଏନେଇ ଦିଗପହଣ୍ଡି ଥାନାରେ ୨୦୧/୨୧ରେ ଏକ ମାମଲା ରୁଜୁ କରି ଛଣମେରୀର ଶିବ ରାଉଳକୁ ପୋଲିସ ଗିରଫ କରିଛି । ତେବେ ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଏଏସପି ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି । ଏସବୁ ଗଞ୍ଜେଇ ମୋହନା ପଟରୁ ଟ୍ରାକ୍ଟରରେ ଚାଲାଣ ହେଉଥିବା ସେ କହିଛନ୍ତି ।

Related posts

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

mahabharatanews

ଆରଜି କର ପୀଡିତାଙ୍କ ମା’ଙ୍କ ଆଖିରେ ଲୁହ, ନ୍ୟାୟର ଅପେକ୍ଷା ଏବେ ବି ଜାରି

mahabharatanews

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

mahabharatanews