ଅପରାଧ

ପୋଖରୀରୁ ଯୁବକଙ୍କ ଉଲଗ୍ନ ରକ୍ତଭିଜା ମୃତଦେହ ଉଦ୍ଧାର

କଳାହାଣ୍ଡି(ମହାଭାରତ): ଗାଁ ପୋଖରୀରୁ ମିଳିଲା ଯୁବକଙ୍କ ରକ୍ତଭିଜା ମୃତଦେହ । ସେ ପୁଣି ଉଲଗ୍ନ ଅବସ୍ଥାରେ । ଏହାପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏ ହେଉଛି କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁରର ଘଟଣା ।
ବଡଧାରପୁର-ଶାନ୍ତପୁର ରାସ୍ତା କଡରେ ଥିବା ପୋଖରୀରୁ ଜଣେ ଯୁବକଙ୍କର ଉଲଗ୍ନ ଏବଂ ରକ୍ତଭିଜା ମୃତଦେହ ଠାବ କରାଯାଇଛି । ଉଦ୍ଧାର ହୋଇଥିବା ମୃତ ଦେହଟି ଲାଞ୍ଜିଗଡ ଆଶ୍ରମପଡାର ୪୭ ବର୍ଷୀୟ ଦୟା ମୁଣ୍ଡାଙ୍କର ବୋଲି ପରିଚୟ ମିଳିଛି । ଶରୀରର ମୁହଁ ଏବଂ ମୁଣ୍ଡର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିବା ବେଳେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ମିଳିଛି ଏହି ମୃତଦେହ । ତେବେ ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖି ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କୌଣସି ସ୍ପଷ୍ଟତା ମିଳି ପାରିନାହିଁ । ସେପଟେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Related posts

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

mahabharatanews

ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ୨ ଗିରଫ

mahabharatanews

ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏ

mahabharatanews