ଓଡିଶା

ମାଉସୀ -ପୁତୁରାର ପ୍ରେମ କାହାଣୀ

(ଭୁବନେଶ୍ୱର) ; ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ତେବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରେି ବିହାର ଅଞ୍ଚଳରେ । ସତରେ ପ୍ରେମ ବୟସ ଦେଖେନାହିଁ । ଜଣେ ୪୨ ବର୍ଷୀୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ସମ୍ପୁର୍ଣ ଘଟଣାଟି କିଛି ଏମିତି ୨୦୧୭ରେ ୟୁନିଟ୍ ୬ ଅଞ୍ଚଳର ୪୨ ବର୍ଷୀୟ ମହିଳା ନୀଳାଦ୍ରିବିହାରରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଘରେ ରହୁଥିଲେ ।ସେଠି ରହିବା ସମୟରେ ଭଉଣୀର ପୁଅ(୨୮) ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଖୁଲମ ଖୁଲା ବୁଲା ବୁଲି କରୁଥିଲେ । କିନ୍ତୁ ପୁତୁରାର ହଠାତ୍ ବାହାଘର କରିଦେଲେ ଘର ଲୋକେ । ଯାହା ମାଉସୀଙ୍କୁ ଲାଗିଥିଲା ଶକ୍ତ ଝଟ୍କା । ତମେ ତାକୁ ବାହା ହେଲେ ମୋର କିଛି ଆପତ୍ତି ନାହିଁ, ହେଲେ ମୁଁ ବି ତୁମ ପାଖରେ ରହିବି ପୁତୁରା ଅନ୍ୟତ୍ର ବାହା ହେବା ପରେ ଏମିତି କିଛି କହିଥିଲେ ମାଉସୀ ଜଣଙ୍କ ପୁତୁରାକୁ । କିନ୍ତୁ ଏଥିରେ ରାଜି ନହେବାରୁ ସେ ଥାନାରେ ତାଙ୍କୁ ପ୍ରତାରଣା କରି ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି । ପୁଲିସ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ପୁଅର ପରିବାର ଲୋକ ଅଭିଯୋଗ କରିଛନ୍ତି ଏତଲା ଦେଇଥିବା ଝିଅର ଅନେକ ଯୁବକଙ୍କ ସହ ସମ୍ପର୍କ ରହିଛି । ସେ ଆମ ପୁଅକୁ ଅଯଥାରେ ଫସାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Related posts

ସପ୍ତାହାନ୍ତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

mahabharatanews

ହାଇୱା-ବୁଲେଟ ମୁହାଁମୁହିଁ ଧକ୍କା, ୨ ଗୁରୁତର

mahabharatanews

ଓଢ଼ଣୀ ଲଗାଇ ସଜନା ଗଛରେ ଝୁଲିପଡିଲେ ଯବାନ

mahabharatanews