ଓଡିଶା

ଦିନେ ମୁହଁରେ ମାରୁଥିଲେ ରଙ୍ଗ ! ଏବେ ଆଖିରେ ଲୁହ

(ଭୁବନେଶ୍ୱର) ; ଦିନେ ମୁହଁରେ ରଙ୍ଗ ମାରି ଲୋକମାନଙ୍କୁ ନିଜର ଅଭିନୟର ର ଯାଦୁରେ ବାନ୍ଧି ରଖୁଥିଲେ । ହେଲେ ନା ସେ ବୟସ ଆଉ ଅଛି ନା ସେ ରଙ୍ଗ । ସବୁ ଯେମିତି ବଦଳିି ଯାଇଛି । ୭୦ ଦଶକର ଅଭିନେତ୍ରୀ ମୀରା ମହାନ୍ତି । ଅନେକ ସିନାମରେ ସେ ଅଭିନୟ କରିଛନ୍ତି । ଯାଯାବର, ପ୍ରତିଧୋନୀ , ସୁବର୍ଣ୍ଣ ସୀତା , ତ୍ରିନାଥ ମେଳା, କା, ଓଡ଼ିଆ ରାମାୟଣ, ଭଳି ଅନେକ ସିନେମାରେ ସେତେବେଳେ ସେ ଅଭିନୟ କରିଥିଲେ । ସମୟ ବଡ ବଳବାନ , କିଏ କାହାର ଭଳି ସିନେମାରେ ନିଜର ଅଭିନୟରେ ଲୋକଙ୍କ ପାଖରେ ପରିଚିତ ହେ।।ପାରିଥିଲେ । କିନ୍ତୁ ସେ ଏବେ ବୟସର ଅପରାହ୍ନରେ ଦୁଃଖ ଦୁର୍ଦଶାରେ ଏକା ଜୀବନ ବିତାଉଛନ୍ତି । ଆଗରୁ ସ୍ୱାମୀ ନଥିଲେ ,ଏବେ ଏକ ସଡ଼କ ଦୁର୍ଘଟଣାରେ ପୁଅ ବି ନାହିଁ । ଦୁରା ରୋଗ୍ୟର ଚିକିସ୍ଥା ପାଇଁ ଟଙ୍କା ଟିଏ ବି ନାହିଁ । ମୀରାଙ୍କ ଆଖିର ଲୁହ ଏବେ ବଖାଣୁଛି ପେଟର ଯନ୍ତ୍ରଣା ।ମୀରାଙ୍କ ଦୁର୍ଦ୍ଦଶା ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ପକ୍ଷରୁ କିଛି ଟଙ୍କା ଦିଆଯାଇଥିଲ । ଏବେ ମୀରାଙ୍କ ଦୁଃଖ ଦେଖି କିଛି କଳାକାର ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି ଦିନେ ହସାଉଥିବା ଅଭିନେତ୍ରୀ ଆଜି ନିଜେ କାନ୍ଦୁଛି। ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ମୀରାଙ୍କୁ କିଛି ସାହାଯ୍ୟ ମିଳିଲେ ଚିକିତ୍ସା ମିଳିପାରନ୍ତା।

Related posts

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews

SI ପରୀକ୍ଷା କେଳେଙ୍କାରୀରେ ୩ ଆଇପିଏସ୍ କରାଯିବ ପଚରାଉଚରା

mahabharatanews

ଓଏଏସ ସ୍ତରରେ ଅଦଳବଦଳ

mahabharatanews