ଅପରାଧ

ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

ସୋର: ଦିନକୁ ଦିନ ବଢିବାରେ ଲାଗିଛି ଚୋରି, ଲୁଟ ଏବଂ ଡକାୟତି ଭଳି ଘଟଣା । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ନଦିଗାଁ ଗଞ୍ଜ ଗ୍ରାମର ଶାନ୍ତିଲତା ସାହୁଙ୍କ ଗ୍ରାମରେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ୩୭୦ ଗ୍ରାମର ସୁନା ଏବଂ ୪ଶହ ଗ୍ରାମର ରୂପା ଗହଣା ଲୁଟ କରି ନେଇଥିଲେ । ଲୁଟ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ । କେବଳ ଅଳଙ୍କାର ନୁଳହଁ ଏତିସହ ୨୦ଲକ୍ଷ ନଗଦ ଟଙ୍କା ମଧ୍ୟ ସେମାନେ ଲୁଟ କରି ନେଇଛନ୍ତି । ଲୁଟ କରି ସାରିବା ପରେ ଏହି ଡକାୟତ ମାନେ ଶାନ୍ତିଲତାଙ୍କ ଘରେ ମଳ ତ୍ୟଗ କରିଥିଲେ । ଖବର ପାଇବା ପରେ ଘରକୁ ଫେରିଛନ୍ତି ଶାନ୍ତିଲତା । ତେବେ ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ଅନୁସନ୍ଧାନକାରୀ ପୋଲିସ କୁକୁର ସାହାଯ୍ୟରେ ଖେଳତାଡ ଆରମ୍ଭ କରିଛି ।

Related posts

୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ

mahabharatanews

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀକୁ କୋର୍ଟ ଚାଲାଣ

mahabharatanews

କ୍ରିକେଟ୍ ମ୍ୟାଚ୍ ବେଳେ ବେଟିଂ, ୧ ଗିରଫ

mahabharatanews