ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚାଲିଛି ପକଳ୍ପ ଉଦଘାଟନର ପର୍ବ । ରାଜ୍ୟ ସରକାର ବିଭିନ୍ନ ସ୍ଥନରେ ଏବେ ପ୍ରକଳ୍ପ ପରେ ପ୍ରକଳ୍ପ ଉଦଘାଟନ କରି ଚାଲିଛନ୍ତି । ତେବେ ଆଜି ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ମୋଟ ୨୯ଟି ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବାକୁ ଯାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ରେ ଏହି ପ୍ରକଳ୍ପଗୁଡିକୁ ଭର୍ଚୁଆଲ ପ୍ଲାଟଫର୍ମରେ ଶିଳାନ୍ୟାସ ଏବଂ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ସମସ୍ତ ପ୍ରକଳ୍ପଗୁଡିକ ପାଇଁ ମୋଟ ୨୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ତଳ କୁସୁମା ଲଙ୍କାପଡା ମଧ୍ୟ ଦେଇ ଯାଇଥିବା ପାଇକା ନଦୀ ଉପରେ ଏକ ଉଚ୍ଚ ସେତୁ, ଜଗତସିଂହପୁରଠାରେ ନୂତନ ପର୍ଯ୍ୟଯଟନ କାର୍ଯ୍ୟାଳୟ ଏବଂ ପାରାଦୀପଠାରେ ଏକ ସ୍ୱତନ୍ତ୍ର ସର୍କିଟ ହାଉସ ଭଳି ୨୯ଟି ପ୍ରକଳ୍ପର ଯୋଜନା ରହିଛି । ସେହିଭଳି ରଘୁନାଥପୁର ଓ ଏରସମାଠାରେ ଆଦର୍ଶ ବିଦ୍ୟାଳୟ,ପାରାଦୀପଠାରେ ଶିଳ୍ପ ତାଲିମ କେନ୍ଦ୍ର ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ ହୋଇଚି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁୁ ଏଥି ମିମନ୍ତେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମେତ ବାଲିକୁଦା, ଏରସମା, ରଘୁନାଥପୁର, ତିର୍ତ୍ତୋଲ ଓ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ନିମନ୍ତେ ଏଲଇଡି ଲଗାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଭର୍ଚୁଆଳ ଉପଘାଟନୀ କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ୍ କଟକଣା ଅନୁଯାୟୀ କାର୍ୟ୍ୟକ୍ରମକୁ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
