ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧୀକ ଘଟଣା । ବିଭିନ୍ନ ସ୍ଥାନରୁ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟାର ମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ମାମଲା କମିବାର ନାଁ ନେଉନି । ତେବେ ଅପରାଧୀମାନଙ୍କ କାଯ୍ୟଁକଳାପ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ତିବ୍ରତ ହୋଇ ପଡିଛି ପୋଲିସ ପ୍ରଶାସନ । ତେଣୁ ଏବେ ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଡିଜିଟାଲ ପଦକ୍ଷେପ ନିଆଯାଇଛି । ହୋଟେଲ ଏବଂ ଲଜ ମାଲିକ ମାନଙ୍କ ପାଇଁ ‘ସରାଇ’ ନାମକ ଏକ ମେବାଇଲ ଆପ ଲଞ୍ଚ କରାଯାଇଛିି । ଏହାଦ୍ୱାରା ପ୍ରତିଦିନ ଏଠାକୁ ଆସୁଥିବା ଗ୍ରାହକମାନଙ୍କ ସମସ୍ତ ତଥ୍ୟ ରଖିପାରିବେ ହୋଟେଲ ମାଲିକ । ଏହି ଆପରେ ଗ୍ରାହକମାନଙ୍କ ବିବରଣୀ ପଞ୍ଜିକୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ କର୍ମଚାରୀ ସେମାନଙ୍କର ଆଧାର କାର୍ଡ ସମେତ ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପରେ ଅପଲୋଡ କରିବେ । ଯାହାଦ୍ୱାରା ଅପରାଧ ଏବଂ ଅପରାଧୀମାନଙ୍କ ସମ୍ପର୍କରେ ଅତି ସହଜରେ ପୋଲିସ ସୂଚନା ପାଇ ପାରିବ । ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜରୁରୀକାଳୀନ ପୋଲିସ ସେବା ପାଇବା ପାଇଁ ଟୋଲ ଫ୍ରି ନମ୍ବର ୧୧୨ ଜାରି କରାଯାଇଛି । ପୂର୍ବରୁ ୧୦୦ ନମ୍ବର ଦ୍ୱାରା ପୋଲିସ ସେବା ମିଳିପାରୁତିଲା । କିନ୍ତୁ ଏବେ ୧୧୨ ନମ୍ବର ଡାଏଲ କଲେ ପୋଲିସ ସେବା ମିଳି ପାରିବ ବୋଲିପୋଲିସ ଡିଜି ଅଭୟ ସୁଚନା ଦେଇଛନ୍ତି ।
previous post
next post
