ମାଳକାନାଗିରି: ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ସରକାର ଅନେକ ପ୍ରକାର ଯୋଜନା ରହିଛି । କିନ୍ତୁ ମାଳକାନାଗିରିରେ ଦେଖିବାକୁ ସମ୍ପୂର୍ଣ୍ଣ ବିପରୀତ ଘଟଣା । ଗରିବ ଆଦିବାସୀ ଚାଷୀମାନେ ଫେଡେରେସନ ଏବଂ ସମବାୟ ବ୍ୟାଙ୍କରୁ ସଠିକ ଭାବରେ ପାଉନହାନ୍ତି ସାର । ଫଳରେ ଦଲାଲ ମାନଙ୍କ ପାଖରୁ ଚଢା ଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ୨୭୦ ଟଙ୍କାରେ ମିଳୁଥିବା ସାର ବସ୍ତାକୁ ୬୦୦ ଟଙ୍କାରେ ବିକ୍ରି ହେଉଥିବା ମଧ୍ୟ ଜଣାଯାଇଛି । ଫଳରେ ଗାଁର ଚାଷୀମାନଭ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ତେଣୁ ଲୋକମାନେ ସାର ଗୋଦାମକୁ ତାଲା ପକାଇବା ସହ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ୟୁରିଆ ସାର ବସ୍ତାର ମୂଲ୍ୟ ଚାଷୀମାନଙ୍କ ପାଇଁ ୨୭୦ ଟଙ୍କା ସରକାର ଧାର୍ଯ୍ୟ କରିଥିବା ବେଳେ ଦଲାଲମାନେ ଏହାକୁ ୬୦୦ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ଜିଲ୍ଲାର ସିଆଇଡିମାଳ ଗାଁର ଭବେନ ହାଲଦାର ନାମକ ଜଣେ ବ୍ୟାକ୍ତି ଇଉରିଆ ସାରର ଏପରି କଳା ବଜାରି କରୁଥିବା ବେଳେ ଗାଁ ଲୋକେ ଏକାଠି ହୋଇ ସାର ଗୋଦାମରେ ତାଲା ପକାଇବା ପରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେବେ ଘଟଣା ସଂର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛନ୍ତି କୃଷି ଅଧିକାରୀ । କଳା ବଜାରି କରୁଥିବା ଲୋକଙ୍କ ପ୍ରତି କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।
previous post