ମାଲକାନଗିରି: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ । ନିହତଙ୍କ ମଧ୍ୟରେ ରହିଛି ଜଣେ ଟପ କମାଣ୍ଡର । ସୁକମା ଜିଲ୍ଲା କୋଣ୍ଟା ଥାନା ଅଧୀନ କହ୍ନାଇଗୁଡା ନିକଟ ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବୋଲି ସୁକମା ଏସ୍ପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ମୁତାବକ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଦଳ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ମାଓ ବିରୋଧୀ ଅଭିଯାନ ଚଲାଇଥିଲେ। ଅଭିଯାନ କାଳରେ ଆଜି ସକାଳେ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ ଓ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ପରେ ସୁରକ୍ଷାବଳ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନରେ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥଛି । ମୃତକ ମଧ୍ୟରେ ଜଣେ କୋଣ୍ଟା ଏରିଆ କମାଣ୍ଡର କବାସୀ ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି।