ଅପରାଧଓଡିଶା

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ’ ନେଉନି ବ୍ରାଉନ୍ସୁଗର କାରବାର। ଅନୁଗୁଳ ସହର ସହିତ ନାଲ୍କୋ, ବଅଁରପାଳ ଓ ତାଳଚେର ଇଲାକାରେ ବେଧଡକ ଚାଲିଛି ଧଳାଜହର ବେପାର । ଗଳିକନ୍ଦିରେ ଏହି ମାରାତ୍ମକ ନିଶା ମିଳୁଥିବା ବେଳେ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନାଲ୍କୋ ଥାନା ଇଲାକା ଗିରାଙ୍ଗରେ ଚଢ଼ଉ କରି ୧୦ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି । ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ହେଲେ ଗିରାଙ୍ଗ ଗ୍ରାମର କୁନି ସାହୁ(୩୫) । ଅବକାରୀ କର୍ମଚାରୀ ତାଙ୍କୁ ବ୍ରାଉନ୍ସୁଗର ବିକ୍ରି କରୁଥିବା ବେଳେ ଧରିବା ସହ ତାଙ୍କ ଠାରୁ ନଗଦ ୩୮ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ସୂଚନା ମୁତାବକ,ଦୀର୍ଘଦିନ ହେଲା ଅଭିଯୁକ୍ତ ମହିଳା ଲୁଚାଛପାରେ ବ୍ରାଉନ୍ସୁଗର କାରବାର କରୁଥିଲେ। ସ୍ଥାନୀୟ ଅଞ୍ଚଳର ଯୁବପିଢି ଠାରୁ ଆରମ୍ଭ କରି ଅନୁଗୁଳ ସହରର କିଛି ନିଶାଡ଼ି ତାଙ୍କର ନିୟମିତ ଗ୍ରାହକ। ସେ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ଆଣି ଏଠାରେ ବେପାର ଚଳାଇଥିଲେ । ଏନେଇ ଅବକାରୀ ବିଭାଗ ପାଖରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଅବକାରୀ ବିଭାଗ ତୀକ୍ଷଣ ନଜର ରଖିଥିଲା। ଜିଲ୍ଲା ଅବକାରୀ ଉପଅଧିକ୍ଷିକା ନିନା ବେଉରା ଟିମ୍ ସହିତ ପାଟ୍ରୋଲିଂ କରୁଥିବା ବେଳେ କୁନି ଚୋରା କାରବାର ଚଳାଇଥିବା ଖବର ପାଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ଗିରାଙ୍ଗ ତଳସାହିରେ ଚଢ଼ାଉ କରିଥିଲେ। ଜବତ ବ୍ରାଉନ୍ସୁଗରର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ। ତେବେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ପୁଲିସର ଅତର୍କିତ ଚଢ଼ଉ ବେଳେ ଜିଲ୍ଲା ମୋବାଇଲ୍ ସ୍କ୍ୱାଡ଼ରେ ଏସ୍ଆଇ ସଞ୍ଜିତ୍ କୁମାର ଶର୍ମା ଓ ଅନ୍ୟ ପୁଲିସ କର୍ମଚାରୀ ସାମିଲ୍ ଥିଲେ ।

 

Related posts

ଟ୍ରକ୍କୁ ପିଟିଲା କାର, ୩ ଗୁରୁତର

mahabharatanews

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

mahabharatanews

ତାପଙ୍ଗ ଖଣିରୁ ମିଳିଲା ଓମ୍ ଙ୍କ ମୃତଦେହ

mahabharatanews