Uncategorized

କାବୁଲ ବିମାନ ବନ୍ଦର ବିସ୍ଫୋରଣ: ବାଇଡେନଙ୍କ ଯୁଦ୍ଧଡାକରା

ୱାଶିଂଟନ: ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦରରେ ହୋଇଥିବା ବିସ୍ଫୋରଣ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭୩ ଜଣକୁ ବୃଦ୍ଧି ପାଇଛି । ତାଲିବାନ ନିର୍ଯାତନାରୁ ବର୍ତ୍ତିବାକୁ ବିଭିନ୍ନ ରାଷ୍ଟ୍ରର ନାଗରିକ ତଥା ଆଫଗାନ ନାଗରିକ ଦେଶ ଛାଡିବାକୁ ବିମାନ ବନ୍ଦରରେ ରୁଣ୍ଡ ହେଉଥିବା ଏପରି ଅମାନବୀୟ କାଣ୍ଡକୁ ନିନ୍ଦା କରାଯାଇଛି । ଏଥିସହ କିଛି ରାଷ୍ଟ୍ର ଆମେରିକାକୁ ଘଟଣା ପାଇଁ ଦାୟୀ କରୁଛନ୍ତି । ହଠାତ୍ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।
ତେବେ ଏହି ବିସ୍ଫୋରଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯୁଦ୍ଧଡାକରା ଦେଇଛନ୍ତି । କାରଣ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ଜଣାପଡିଥିବା ୭୩ ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ କମାଣ୍ଡର ରହିଛନ୍ତି । ଏହା ଆମେରିକାକୁ ଖୋଲାଖୋଲି ଆହ୍ୱାନ ପରି ମନେ ହେଉଛି । ତେଣୁ ବାଇଡେନ ଘଟଣାର ଅନୁଧ୍ୟାନ କରିଛନ୍ତି । ଏଥିସହ ବାଇଡେନ ସମସ୍ତ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଆମେରିକାର ଜ।।ତୀୟ ପତାକା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବାଇଡେନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଯିଏ ଏହି ଆକ୍ରମଣ କରିଛି, ଯେଉଁମାନେ ଆମେରିକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଆମେରିକା ଛାଡିବ ନ।।ହିଁ । ସେ ଆହୁରି କହିଛନ୍ତି, ଆମେ କେବେ କ୍ଷମା କରିବୁ ନାହିଁ ଏହାକୁ । ଆମେ ଖୋଜି ଖୋଜି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବୁ । ଏହି ବିସ୍ଫୋରଣର ପରିଣାମ ଆକ୍ରମଣକାରୀଙ୍କୁ ଭେଗିବାକୁ ହେବ । କାବୁଲରୁ ଆମେରିକୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ବାଇଡେନ କହିଛନ୍ତି । ଅଗଷ୍ଟ ୩୧ରେ ସେନା ପ୍ରତ୍ୟାହାର କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟ ଜାରି ରହିବ ।
ଏହି ବିସ୍ଫୋରଣରେ ବାଇଡେନ ତାଲିବାନକୁ କ୍ଲିନଚିଟ୍ ଦେଇଛନ୍ତି। ସେ ଆଇଏସକୁ ଦାୟୀ କରିଛନ୍ତି । କେବଳ ଆମେରିକା ନୁହେଁ, ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଅନେକ ରାଷ୍ଟ୍ର ବିସ୍ଫୋରଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓ ଦୋଷୀଙ୍କୁ ଦଣ୍ଡବିଧାନ କରିବାକୁ କହିଛନ୍ତି ।

 

Related posts

ମୁଜାଫରପୁର ଆଶ୍ରମ ଯୌନ କେଳେଙ୍କାରୀ, ରାୟ ଆସନ୍ତା ୧୧ ଯାଏ ସଂରକ୍ଷିତ

mahabharatanews

ମହାମାରୀର ମୁକାବିଲାରେ ପାଣ୍ଠି ସମସ୍ୟା ରହିଛି: ଡବ୍ଲୁଏଚଓ

mahabharatanews

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

mahabharatanews