Uncategorized

କାବୁଲ ବିମାନବନ୍ଦର: ୨୮ ତାଲିବାନ ଆତଙ୍କୀ ନିହତ

କାବୁଲ: ଗୁରୁବାର ସଂଧ୍ୟାରେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ କମାଣ୍ଡର ରହିଛନ୍ତି । ଏହା ବ୍ୟତୀତ ଅଧିକାଂଶ ଆଫଗାନ ନାଗରିକ ରହିଛନ୍ତି । ତେବେ ଏଥିରେ ୨୮ ତାଲିବାନୀ ଆତଙ୍କୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।
ତାଲିବାନ ଦାବି କରିଛି ବିସ୍ଫୋରଣରେ ତାର ଅଧିକ କ୍ଷତି ହୋଇଛି । ତାର ଅନେକ ସଦସ୍ୟ ନିହତ ହୋଇଛନ୍ତି ଏହି ବିସ୍ଫୋରଣରେ। ଏହି ସଦସ୍ୟମାନେ ବିମାନବନ୍ଦର ବାହାରେ ସୁରକ୍ଷା କାର୍ଯ୍ୟ ପାଇଁ ନିୟୋଜିତ ଥିଲେ । ଆମେରିକୀୟ ଯବାନଙ୍କ ଅପେକ୍ଷା ତାଲିବାନ ସୈନ୍ୟ ଅଧିକ ସଂଖ୍ୟାରେ ସେଠାରେ ଉପସ୍ଥିତ ଥିଲେ । ବିମାନବନ୍ଦର ବାହାରେ ଘଟିଥିବା ବିସ୍ଫୋରଣ ପଛରେ ହାତ ନଥିବା ତାଲିବାନ କହିଛି । ତେବେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଆଇଆଇଏସ ଏଥିପାଇଁ ନିଜକୁ ଦାୟୀ କରିଛି ।

 

Related posts

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

mahabharatanews

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews

ଏୟାର ଇଣ୍ଡିଆ ବନ୍ଦ ହେବା ଖବର ମିଛ: ଲୋହାନୀ

mahabharatanews