Uncategorized

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ୬ ଜଣ ଅଟକ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ସୋମବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପହଞ୍ଚିଛି ସିବିଆଇ । ସିବିଆଇର ଏକ ଟିମ୍ କୋଲକାତା ସ୍ଥିତି ହାୱାଡା ପହଞ୍ଚି ପୀଡିତଙ୍କୁ ଭେଟିଛନ୍ତି। ମାମଲାରେ ସିବିଆଇ ଟିମ୍ ୬ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏଥିସହ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ମାନବାଧିକାର ଆୟାଗକୁ ଚିଠି ଲେଖି ସିବିଆଇ ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାର ରେକର୍ଡ ମାଗିଛି।
ନିର୍ବାଚନୀ ହିଂସା ମାମଲାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗରେ ତିନି ଡଜନ୍ରୁ ଅଧିକ ଏଫ୍ଆଇଆର୍ ରୁଜୁ କରିସାରିଛି ଓ ତିନୋଟି ପୃଥକ ପୃଥକ ମାମଲାରେ ଅଭିଯୋଗ ପତ୍ର ଦାଖଲ କରିଛି। ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ଏପରି କିଛି ମାମଲା ରହିଛି, ଯାହାର ରେକର୍ଡ ଏଯାଏଁ ବଙ୍ଗଳା ପୁଲିସ ଠାରୁ ମିଳୁନାହିଁ। ଅନେକ ହିଂସା ପୀଡିତ ସିଧାସଳଖ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସିବିଆଇ ସେହି ମାମଲାଗୁଡ଼ିକର ରିପୋର୍ଟ ତଲବ କରିଛି।

 

Related posts

ମୋହନ ସରକାରରେ ଶିକ୍ଷାକୁ ଗୁରୁତ୍ବ, ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

mahabharatanews

ଅମ୍ବୁରୟାନ ନଦୀରେ ମିଶିଲା ୨୦ ହଜାର ଟନ ଡିଜେଲ

mahabharatanews

ଷ୍ଟାଲିନଙ୍କ ସମେତ ୮ ହଜାର ଲୋକଙ୍କ ବିରୋଧରେ ଅଭିଯୋଗ ଦାଖଲ

mahabharatanews