Uncategorized

ଆଫଗାନରେ ଜାତିସଂଘ ଜାରି ରଖିବ ମାନବୀୟ ସହାୟତା

କାବୁଲ: ନାସନାଲ ରେଜିଷ୍ଟେନ୍ସ ଫୋର୍ସ (ଏନଆରଏଫ) ଏବଂ ତାଲିବାନ ମଧ୍ୟରେ ପଞ୍ଜଶୀରରେ ଯୁଦ୍ଧ ଜାରି ରହିଛି । ତେବେ ଏନଆରଏଫ ଏହି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ଏହାର ମୁଖ୍ୟ ଅହମ୍ମଦ ମାସୁଦ ଯୁଦ୍ଧ ବନ୍ଦ କରିବାକୁ ତାଲିବାନକୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସେ ପଞ୍ଜଶୀର ଏବଂ ଅନ୍ଦାରାବରେ ପାଇଁ ସର୍ତ୍ତ ରଖିଛନ୍ତି ମାସୁଦ।
ଅନ୍ୟପଟେ, ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ମଧ୍ୟରେ ଜାତିସଂଘ ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିଥିବା ଘୋଷଣା କରିଛି । ଜାତିସଂଘର ମାନବ ସମ୍ବଳ ବିଭାଗର ଅଣ୍ଡର ସେକ୍ରେଟେରୀ ଜେନେରାଲ ମାର୍ଟିନ ଗ୍ରିଫିଥ୍ସ ଟ୍ୱିଟ କରି କହିଛନ୍ତି, ଆଫଗାନିସ୍ତାନ ବାସୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କୁ ନିରପେକ୍ଷ ମାନବିକତା ସହାୟତା ଓ ନିରାପତ୍ତା ଯୋଗାଇଦେବାକୁ ଜାତିସଂଘ ପ୍ରତିଶ୍ରୁତିବଦ୍ଧ । ଏନେଇ ସେ ତାଲିବାନ ନେତୃତ୍ୱଙ୍କ ସହ ସାକ୍ଷାତ କରିଥିବା ଉଲ୍ଲେଖ କରିଛନ୍ତି । ଏଥିସହ ତାଲିବାନ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନକୁ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି ।
ଆଫଗାନିସ୍ତାନରେ ସରକାର ଗଠନ କରିବା ପୂର୍ବରୁ ତାଲିବାନର ମୁଖ୍ୟ ବରାଦାର କାବୁଲରେ ଅବସ୍ଥାପିତ ଜାତିସଂଘର ମାନବ ସମ୍ବଳ ବିଭାଗର ଅଣ୍ଡର ସେକ୍ରେଟେରୀ ଜେନେରାଲ ମାର୍ଟିନ ଗ୍ରିଫିଥ୍ସଙ୍କୁ ଭେଟିଛନ୍ତି । ବୈଠକ ପରେ ତାଲିବାନ ମୁଖପାତ୍ର ମହମ୍ମଦ ନାଏମ ଟ୍ୱିଟ କରି କହିଛନ୍ତି ଯେ ଆଫଗାନିସ୍ତାନ ସହ ମିଳିତ ଜାତିସଂଘ ଏହାର ସମର୍ଥନ ଏବଂ ସହଯୋଗ ଜାରି ରଖିବ ।

 

Related posts

ଇଫକୋ କାରଖାନାରେ ଗ୍ୟାସ ଲିକ: ୨ ମୃତ, ୧୫ ଗୁରୁତର

mahabharatanews

ଦେଶର ପ୍ରଥମ କରୋନା ରୋଗୀ ପୁଣି ସଂକ୍ରମିତ

mahabharatanews

ଉପହାର ହଲ ଦୁର୍ଘଟଣା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରିଜ

mahabharatanews