ଓଡିଶା

ଦୋକାନରୁ ମିଳିଲା ଯୁବକଙ୍କ ମୃତଦେହ

(ସମ୍ବଲପୁର) ; ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଦୋକାନରୁ ମିଳିଲା । ତେବେ ଏହି ଘଟଣା ଟି ସମ୍ବଲପୁର ଚର୍ଚ୍ଚ ଛକରେ ଦେକିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଚର୍ଚ୍ଚ ଛକ ରାଧିକା ହ୍ୟାଣ୍ଡଲୁମ ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛିି । ମୃତ ଯୁବକ ଜଣଙ୍କ ବାହାଲପଡ଼ାର ଅମରଜିତ ଠାକୁର ବୋଲି ଜଣାପଡିଛି । ସେ କାର୍ପେଣ୍ଟର ଭାବେ କାର୍ୟ୍ୟ କରୁଥିଲେ । ତେବେ ସିପ୍ଟ ହେଉଥିବା ରାଧିକା ହ୍ୟାଣ୍ଡଲୁମ ଭିତରେ ତାଙ୍କର ମୃତଦେହ ପଡିଥିଲା । ଏନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିବା ସୂଚନା ମିିଳିଛି ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

ନିଜ ଚକ୍ଷୁକୁ ଭଲ ପାଆନ୍ତୁ: ସ୍ଵାସ୍ଥ୍ୟ ଅଧିକାରୀ

mahabharatanews

୧୧୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

mahabharatanews