ଓଡିଶା

ରାସ୍ତାରେ ଗଡୁଛି ପନିପରିବା

(ବରଗଡ) ; ରାସ୍ତାରେ ପନିପରିବା ଫିଙ୍ଗିଲେ ଚାଷୀ । ବରଗଡ ଜିଲ୍ଲା ସୋହଲା ବ୍ଲକ ଦସମାଇଲ ଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଚାଷୀ ମାନଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ମିଳୁନାହିଁ , କି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା କରା୍ାଉନଥିବା ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏମିତିକି ଉତ୍ପାଦନସ୍ଥଳରେ କାର୍ୟ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ ବହୁ କଷ୍ଟରେ ଉପାର୍ଜନ କରୁଥିବା ଶସ୍ୟରୁ ପରିଶ୍ରମ ତୁଳନାରେ ତାର ମୂଲ୍ୟ ମିିଳିନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ପନିପରିବାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଶେଷରେ ଅଭାବି ବିକ୍ରିର ଶୀକାର ହୋଇ ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏହାର ଫାଇଦା ନେଇ ମଧ୍ୟସ୍ଥି ଚଢ଼ା ଦରରେ ବିକି ମାଲେ ମାଲ ହେଉଛନ୍ତି। ଏହାକୁ ନେଇ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି।

Related posts

ଏହି ମନ୍ଦିରେ ପାଳନ ହୁଏ ‘ନେକେଡ ଫେଷ୍ଟିଭାଲ’

mahabharatanews

ଜନ୍ମବେଦୀରେ ଲୀଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ

mahabharatanews

ବେଆଇନ୍ ବାଲି ଚାଲାଣ: ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews