ରାଜନୀତି

୨ ବର୍ଷରେ ୧୭ ଆକ୍ରମଣ ହୋଇଛି କୃଷକଙ୍କ ଉପରେ

ମୁମ୍ବାଇ: କର୍ନାଲରେ ଗତ ମାସରେ ହୋଇଥିବା କୃଷକଙ୍କ ଉପରେ ଲାଠିଚାର୍ଜକୁ ମହାରାଷ୍ଟ୍ର ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତ ଶନିବାର ଦିନ ଘୋର ନିନ୍ଦା କରିଛନ୍ତି । ସଞ୍ଜୟ କହିଛନ୍ତି କୃଷକ ସେମାନଙ୍କ ନାର୍ଯ୍ୟ ଦାବି ପାଇଁ ରାଜରାସ୍ତାରେ ପଡିରହିଥିବା ବେଳେ ଗତ ୨ ମାସ ଭିତରେ ୧୭ ଥର ଆକ୍ରମଣ ହେଲାଣି, ଯାହା ଅତ୍ୟନ୍ତ ନିନ୍ଦା ଓ ପରିତାପର ବିଷୟ ।
ସଞ୍ଜୟ କହିଛନ୍ତି, ହରିୟାଣାରେ ସରକାର ନିର୍ଦ୍ଦେଶରେ ପୁଲିସ ଓ ରାଜନୈତିକ ଗୁଣ୍ଡାମାନେ କୃଷକଙ୍କ ମୁଣ୍ଡ ଗଡେଇବା ପରି ଘଟଣା ଘଟୁଛି । ଏବେ ମଧ୍ୟ କର୍ଣ୍ଣାର ମିନି ସେକ୍ରେଟାରିଏଟକୁ କୃଷକ ଘେରି ବସିଛନ୍ତି । ଯଦି ସେମାନଙ୍କ ସହ ଆଲୋଚନା ହୋଇ କୌଣସି ସମାଧାନର ରାସ୍ତା ବାହାରିବ ତେବେ ଦେଶ ଏହାକୁ ସ୍ୱାଗତ କରିବ ବୋଲି ସଞ୍ଜୟ କହିଛନ୍ତି ।
କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା ଆଗେଇନେବାକୁ ଚେଷ୍ଟା କରୁନଥିବାକୁ ନେଇ ସମାଲୋଚନା କରି ସଞ୍ଜୟ କହିଛନ୍ତି, ଯଦି କେନ୍ଦ୍ର କୃଷକଙ୍କ ସହ ଆଲୋଚନାର ବାଟ ନ ଫିଟାଇ ସେମାନଙ୍କୁ ସାରା ଜୀବନ ରାଜରାସ୍ତାରେ ବସାଇବ ଏହା ଠିକ ହେବ ନାହିଁ । ଦୁଇ ବର୍ଷ ହେଲା କୃଷକ ରାଜରାସ୍ତା ଉପରେ ବସିଛନ୍ତି, କିନ୍ତୁ ସେଥିପ୍ରତି କେନ୍ଦ୍ର ଦୃଷ୍ଟି ଦେଉନାହିଁ । କୌଣସି ରାଜନୈତିକ ଦଳ ଏଥିରେ ସଂଶ୍ଳିଷ୍ଟ ନ ଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଆମେ କିସାନ ମହାପଞ୍ଚାୟତକୁ ଦେଖିଛୁ, ଲକ୍ଷ ଲକ୍ଷ କୃଷକ ସେମାନଙ୍କ ସର୍ବସ୍ୱ ପଛରେ ପକାଇ ଦେଇଛନ୍ତି । ତେଣୁ ମୁଁ ଭାବୁଛି, ବର୍ତ୍ତମାନ ସରକାର ଏହା ଉପରେ ପଦକ୍ଷେପ ନେବା ଦରକାର ବୋଲି ସଞ୍ଜୟ କହିଛନ୍ତି ।

Related posts

ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

mahabharatanews

ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…

mahabharatanews

ଚାଷୀଙ୍କ ସ୍ୱାର୍ଥ ସୁରକ୍ଷିତ, ଏମିତି କିଛି କହିଲେ କୃଷି ମନ୍ତ୍ରୀ ଶିବରାଜ ସିଂହ

mahabharatanews