ଅପରାଧ

ଜାଲ କାଗଜ ଦେଖାଇ ନେଇଗଲେ ଲକ୍ଷ ଲକ୍ଷ ଟଙ୍କା

କଟକ: ଜାଲ ଜମିର କାଗଜପତ୍ର ଦେଖାଇ ଠକି ନେଲେ ୬୮ ଲକ୍ଷ ଟଙ୍କା । କଟକ ହାଇକୋର୍ଟ କର୍ପୋରେସନ ବ୍ୟାଙ୍କରୁ ଏହି ଟଙ୍କ ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତତ୍ପର ହୋଇ ଉଠିଥିଲା ଏବଂ ଆଜି ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଖୋର୍ଦ୍ଧା ପାଇକରାପୁର ଅଞ୍ଚଳର ଜମି ମାଲିକଙ୍କର ଏକ ନକଲି କାଗଜପତ୍ର ଦେଖାଇ ଋଣ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା । ପାଇକରାପୁରର ସତ୍ୟବାଦୀ ବଳିଆର ସିଂଙ୍କ ଜମିର ଜାଲ କାଗଜପତ୍ର ଦେଖାଇ ମୋଟ ୬୮ ଲକ୍ଷ ଟଙ୍କା ଉଠାଇ ନେଇଥିଲେ କଟକର ସତ୍ୟଶଙ୍କର ଶତପଥୀ ନାମକ ଜଣେ ଯୁବକ । ଏ ନେଇ ଲାଲବାଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ଖୋଳତାଡ ଆରମ୍ଭ କରିଥିଲା । ତେବେ ଆଜି ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିବାକୁ ଥିବା ବେଳେ ଘଟଣାର ଅଧିକ ଛାନଭିନ ଜାରି ରହିଛି ।

Related posts

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଡିଏସପିଙ୍କ ବଡ ବୟାନ

mahabharatanews

ନାବାଳିକାକକୁ ଗଣଦୁଷ୍କର୍ମ ପରେ ଫିଙ୍ଗିଗଲେ ଦୁର୍ବୃତ୍ତ

mahabharatanews

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

mahabharatanews