ଅପରାଧ

ବିଭୂତିପୁର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ

ପାଟନା: ସମସ୍ତିପୁର ଜିଲ୍ଲା ବିଭୂତିପୁର ବିଧାନସଭା ମଣ୍ଡଳୀର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ । ଆର୍ମସ୍ ଆକ୍ଟ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ରାମବାଳକ ଓ ତାଙ୍କ ଭାଇଙ୍କୁ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି କୋର୍ଟ । ୨୦୦୦ରେ ଉଭୟଙ୍କ ନାମରେ ଅଭିଯୋଗ ହୋଇଥିଲା ।
୨୦୦୦ ମସିହାରେ ପୂର୍ବତନ ବିଧାୟକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ଅନୁସାରେ, ଜୁନ ୪, ୨୦୦୦ରେ ଏକ ଗୁଳିମାଡରେ ଅଭିଯେ।।ଗକାରୀଙ୍କ ବାମ ହାତର ଆଙ୍ଗୁଳି ନଷ୍ଟ ହୋଇଯାଇଥିଲା। ପୂର୍ବତନ ବିଧାୟକ ଓ ତାଙ୍କ ଭାଇଙ୍କ ସହ ଜଣେ ବ୍ୟକ୍ତି ତାଙ୍କୁ ଗୁଳି ଚଳାଇଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାରେ କୋର୍ଟ ବିଧାୟକ ଓ ତାଙ୍କ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି ।

Related posts

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

mahabharatanews

ତେଲ ଟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଏନସିବି ହାବୁଡରେ ଚାଲାଣକାରୀ

mahabharatanews

ଲୋମଟାଙ୍କୁରା ଘଟଣା : ଯୁବତୀଙ୍କୁ ବନ୍ଧକ ରଖି ୪ ଦିନ ଗଣଦୁଷ୍କର୍ମ

mahabharatanews