ଭାରତ

ଆରପାରିରେ ମାଲାୟାଲମ୍ ଅଭିନେତା

(ମୁମ୍ବାଇ): ବି-ଟାଉନ୍ ରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରଥମେ ସିଦ୍ଧାର୍ଥ ଶୁକ୍ଲା ପରେ ଅକ୍ଷୟ କୁମାରଙ୍କ ମା’ ଆଉ ଏବେ ଆଉ ଜଣେ ତାରାକା ଦୁନିଆକୁ ବିଦାଇ ଦେଇଛନ୍ତି । ଗତକାଲି ଅପରାହ୍ନରେ ଲୋକପ୍ରିୟ ମାଲାୟାଲମ୍ ଅଭିନେତା ରିଜାବାୱଙ୍କର ଦେହାନ୍ତ ହୋଇଛି । ସେ ୫୫ ବର୍ଷ ବୟସରେ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ସେ କିଛି ସମୟରୁ ଅସୁସ୍ଥ ଥିଲେ ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁ କାରଣରୁ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ରିଜାବୱ ପ୍ରାୟ ତିନି ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଥିଲେ । ସେ ନିଜ କ୍ୟାରିୟରରେ ୧୨୦ରୁ ଅଧିକ ଫିଲ୍ମ କରିଥିଲେ । ତାଙ୍କର ସବୁଠାରୁ ଲୋକପ୍ରିୟ ଫିଲ୍ମ ହେଉଛି ‘ହରିହର ନଗର’ । ୨୦୧୦ ମସିହାରେ ସେ କର୍ମୟୋଗୀ ଫିଲ୍ମ ପାଇଁ ଶ୍ରେଷ୍ଠ ଡବିଂ ଅଭିନେତା ପୁରସ୍କାର ପାଇଥିଲେ ।

Related posts

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

mahabharatanews

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

‘ଅପରେସନ୍ ଅଜୟ’: ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ 

mahabharatanews