ଓଡିଶା

ହୀରକୁଦରେ ପୁଣି ଖୋଲିଲା ୬ ଗେଟ

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଲଗାତାର ତିନି ଦିନର ବର୍ଷା ସାରା ରାଜ୍ୟକୁ ବେହାଲ କରିଛି । ପାଣି ଘେରରେ ଉବୁଟୁବୁ ହେଉଛି ବିଭିନ୍ନ ଜିଲ୍ଲା । ତେବେ କିଛି ସ୍ଥାନରେ ବର୍ଷା କମିଥିବା ବେଳେ ଉପର ମୁଣ୍ଡରେ ଏବେ ବର୍ଷା ଲଗି ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାର ଆଉ ୬ଟି ଗେଟ ଖୋଲିଛି । ସର୍ବୋଚ୍ଚ ଜଳଧାରଣ କ୍ଷମତା ପାଖାପାଖି ବର୍ଷା ଜଳ ପହଞ୍ଚୁଥିବାରୁ ଆଉ ୬ଟି ଗେଟ ଖୋଲାଯାଇଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ଜଳସ୍ତର ୬୨୮.୧୦ ଫୁଟ ରହିଛି । ଆଜିର ୬ଟି ଗେଟକୁ ମିଶାଇ ହୀରାକୁଦର ମୋଟ ୧୨ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି ।
ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୮୩ ଫୁଟରେ ଜଳସ୍ତର ରହିଥିଲା । ତେବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଥିଲା ୧ଲକ୍ଷ ୨୭ ହଜାର ୧୯୪ କ୍ୟୁସେକ ଜଳ ।

Related posts

ପଜିଟିଭ ଚିହ୍ନଟ ପରେ ଆରଟିଓ ଓ ଆଇସିଆଇସିଆଇ ବ୍ୟାଙ୍କ ସିଲ

mahabharatanews

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଦାରିଙ୍ଗବାଡୀର ଜଳପ୍ରପାତ

mahabharatanews