ଓଡିଶା

ପାଣିରେ ବୁଡି ଦୁଇ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ପାଣିରେ ବୁଡି ଦୁଇ ଜଣ ଯୁବକ ପ୍ରାଣ ହରାଇଥିବା ଜଣାଯାଇଛି । ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗେଡ ଖସିଯିବାରୁ ଉଭୟ ପୋଖରୀରେ ବୁଡି ଯାଇଥିଲେ । ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଅଘଟଣରେ ପ୍ରାଣ ହରାଇଥିବା ମୃତକ ଦ୍ୱୟ ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତର ଲକ୍ଷ୍ମୀଧର ପୂର୍ତ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳର ସୁଶାନ୍ତ ସାହୁ। ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନର ନୂଆ ମାଇଲଖୁଣ୍ଟ

mahabharatanews

ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ ଗିଫ୍ଟ ଦେବା ପାଇଁ କରୁଥିଲେ ଗଞ୍ଜେଇ ଚାଲାଣ

mahabharatanews

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

mahabharatanews